ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ

0

ଭୁବନେଶ୍ୱର: ରୋଗୀ ନେଇ ଯିବାବେଳେ ବାଟରେ ଏକ ଅଘଟଣ ଘଟିଛି। ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ। ପିପିଲି ସେଲ୍‌ଫି ପଏଣ୍ଟ ନିକଟରେ ଲାଗିଲା ନିଆଁ, ରୋଗୀ ସୁରକ୍ଷିତ। ଡେଲାଙ୍ଗରୁ ରୋଗୀକୁ ଧରି ଭୁବନେଶ୍ୱର ଯିବା ବେଳେ ଅଘଟଣ। ସର୍ଟସର୍କିଟରୁ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ଗୁରୁତର ବିଷାକ୍ତ ସାପ କାମୁଡା ରୋଗୀକୁ ଡେଲାଙ୍ଗରୁ ଭୁବନେଶ୍ୱର ମେଡିକାଲ ନେଇଯାଉଥିବା ସମୟର ଅଧାଵାଟରେ ଆମ୍ବୁଲାନ୍ସରେ ଲାଗିଲା ନିଆଁ।

ଡେଲାଙ୍ଗରୁ ଜଣେ ସାପ କାମୁଡା ରୋଗୀକୁ ନେଇ ଭୁବନେଶ୍ୱର କ୍ୟାପିଟାଲ ହସ୍‌‌ପିଟାଲ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସରେ ଏହି ଘଟଣା ଘଟିଛି। ହଠାତ୍‌‌ ଗାଡିର ଭିତର ପାର୍ଶ୍ୱ ଗରମ ହୋଇଯିବା ସହ ସେଥିରୁ ଧୁଆଁ ବାହାରିଥିଲା। ଗାଡିର ଚାଳକ ତୁରନ୍ତ ଗାଡିକୁ ଅଟକାଇବା ସହ ଗାଡି ମଧ୍ୟରୁ ରୋଗୀ ଓ ସଂପର୍କୀୟଙ୍କୁ ବାହାରକୁ କାଢି ଦେଇଥିଲେ। ଏହି ସମୟରେ ଗାଡିରେ ନିଆଁ ଲାଗିଯାଇଥିଲା। ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Leave A Reply

Your email address will not be published.