ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ମାନସୀ ହେଲେ ‘ଇଣ୍ଡିଆନ୍‌ ଆଇଡଲ ୧୫’ ବିଜେତା

0

ମୁମ୍ବାଇ: ଲୋକପ୍ରିୟ ସଙ୍ଗୀତ ରିୟଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ ୧୫’ର ବିଜେତା ହୋଇଛନ୍ତି କୋଲକାତାର ମାନସୀ ଘୋଷ (୨୪)। ରବିବାର ଅନୁଷ୍ଠିତ ହୋଇଥିବା ଶୋ’ର ଗ୍ରାଣ୍ଡ ଫିନାଲେ ସମାରୋହରେ ଶୁଭ୍ରଜିତ ଚକ୍ରବର୍ତ୍ତୀ ପ୍ରଥମ ରନର-ଅପ୍‌ ଓ ସ୍ନେହା ଶଙ୍କର ଦ୍ୱିତୀୟ ରନର-ଅପ୍‌ ହୋଇଛନ୍ତି। ଟାଇଟଲ ହାସଲ କରିଥିବା ମାନସୀଙ୍କୁ ଏକ ନୂତନ ବ୍ରାଣ୍ଡ କାର୍‌ ଏବଂ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ତେବେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ମାନସୀ ଘୋଷ ପିନ୍ଧିଛନ୍ତି ବିଜୟ ମୁକୁଟ।

ସୋନି-ଟିଭିର ଅଫିସିଆଲ ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ କରାଯାଇ କୁହାଯାଇଛି, ମାନସୀ କେବଳ ‘ଇଣ୍ଡିଆନ୍‌ ଆଇଡଲ ୧୫’ର ଟାଇଟଲ ଜିତି ନାହାନ୍ତି ବରଂ ସେ ଅନେକ କୋଟି ଲୋକଙ୍କ ହୃଦୟରେ ରାଜ୍‌ କରିବାରେ ସଫଳ ହୋଇଛନ୍ତି। ମାନସୀ ଏହି ସଫଳତା ପାଇଁ ନିଜ ପରିବାରକୁ ଶ୍ରେୟ ଦେଇଛନ୍ତି। ଏହାସହ ସେ ତାଙ୍କର ପ୍ରଥମ ବଲିଉଡ୍‌ ଗୀତକୁ ରେକର୍ଡ କରିସାରିଥିବା ମାନସୀ କହିଛନ୍ତି। ପ୍ରକାଶ ଯେ, ‘ଇଣ୍ଡିଆନ୍‌ ଆଇଡଲ ୧୫’କୁ ଗାୟକ ଆଦିତ୍ୟ ନାରାୟଣ ହୋଷ୍ଟ କରୁଥିବା ବେଳେ ପ୍ରସିଦ୍ଧ ସଙ୍ଗୀତଜ୍ଞ ବିଶାଲ ଡଡ୍‌ଲାନୀ, ଶ୍ରେୟା ଘୋଷାଲ ଏବଂ ରାପର ବାଦଶାହ ଏହି ରିୟଲିଟି ଶୋ’ ଚଳିତ ସିଜନ୍‌ରେ ବିଚାରପତି ରହିଥିଲେ। ଗତବର୍ଷ ଅକ୍ଟୋବର ୨୬ରୁ ‘ଇଣ୍ଡିଆନ୍‌ ଆଇଡଲ ୧୫’ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.