ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

୨ ଦିନ ପରେ ସରିବ ଖାତା ଦେଖା

0

କଟକ: ବର୍ତମାନ ଦଶମ ଶ୍ରେଣୀ ଖାତା ଦେଖା ଚାଲିଥିବା ବେଳେ ଆଗାମୀ ଦୁଇଦିନ ଏହା ସରିଯିବ। ଏହାପରେ ବାକି ସମସ୍ତ ପ୍ରକ୍ରିୟା ସାରିବା ପରେ ଆସନ୍ତା ମାସ ଅର୍ଥାତ ମେ’ ମାସ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।

ବୋର୍ଡ ସଭାପତି ଆହୁରି କହିଛନ୍ତି, AI ଏବଂ QR କୋର୍ଡ ଦ୍ୱାରା ପରୀକ୍ଷା ପରିଚାଳନା ସଫଳ ହୋଇଛି। ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ୍ ନେଇ କିଛି ଅସୁବିଧା ହେବନାହିଁ। ଗ୍ରେସ୍ ମାର୍କ ସମ୍ପର୍କରେ ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ରାଜ୍ୟରେ ହୋଇଥିବା ୩ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। କପି ରୋକିବା ପାଇଁ ଚାରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଥିଲା। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିଲା। ୬ଶହ କେନ୍ଦ୍ରରେ ଲାଇଭ ଭିଡିଓ ବ୍ୟବସ୍ଥା ହୋଇଥିଲା। ପ୍ରଶ୍ନପତ୍ର ଭାଇରାଲ୍ ରୋକିବା ପାଇଁ କ୍ୟୁଆର୍‌ କୋଡ୍ ବ୍ୟବସ୍ଥା କରାଯାଇଥିଲା।

Leave A Reply

Your email address will not be published.