ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଆସୁଛି ନୂଆ ଆଧାର ଆପ୍‌

0

ଭୁବନେଶ୍ବର: ଏବେ ସାଥୀରେ ଆଧାର କାର୍ଡ ନେବା ଆବଶ୍ୟକ ନାହିଁ। ନିଜର ବ୍ୟକ୍ତିଗତ ତଥ୍ୟ ଯାଞ୍ଚ ପାଇଁ ଆଉ ଦରକାର ହେବନି ଆଧାରକାର୍ଡ କି ତାର ଜେରକ୍ସ କପି। ନିଜର ପରିଚୟ ନିଶ୍ଚିତ କରିବା ଲାଗି ପ୍ରତିଥର ସାଥୀରେ ଆଧାର କାର୍ଡର ଫଟୋକପି ନେବା ଆବଶ୍ୟକ ନାହିଁ । ନୂଆ ଆଧାର ଆପ୍‌ ଆପଣଙ୍କ ପରିଚୟର ପ୍ରମାଣ ଦେବ। ୟୁପିଆଇ ଭଳି କ୍ୟୁ ଆର୍ କୋଡ୍ ସ୍କାନ୍ କରିବା ମାତ୍ରେ ହେବ ସବୁ କାମ। ମୋବାଇଲ ଆପରେ ଫେସ୍ ଆଇଡି ଅଥଣ୍ଟିକେସନ୍ ସହ ସବୁ ତଥ୍ୟ ସୁରକ୍ଷିତ ଭାବେ ଜାଣିପାରିବେ। କେନ୍ଦ୍ର ସରକାର ଏକ ନୂଆ ଆଧାର ଆପ୍ ଆଣିଛନ୍ତି।
କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବର୍ତ୍ତମାନ ଅନେକ ପଦକ୍ଷେପର ‘ଆଧାର’ ହୋଇଛି ଆଧାର। ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମିର ମୂଳଭିତ୍ତି ସାଜିଛି। ଜୀବନକୁ କିଭଳି ଆହୁରି ସହଜ କରିହେବ, ତାହା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ସେ ନୂଆ ‘ଆଧାର ଫେସ୍‌ ଅଥେଣ୍ଟିକେସନ’ର ଉଦାହରଣ ଦେଇଛନ୍ତି। ଅଶ୍ୱିନୀଙ୍କ ଦ୍ୱାରା ଆଜି ଫେସ୍‌ ଆଇଡି ଥିବା ଆଧାର ମୋବାଇଲ ଆପ୍‌ ଶୁଭାରମ୍ଭ ହୋଇଛି।

ଏହି ଆପ୍‌ ଦ୍ୱାରା ୟୁଜରମାନେ ସେମାନଙ୍କ ଆଧାର ବିବରଣୀ ଡିଜିଟାଲ ଭାବେ ସେୟାର କରିପାରିବେ। ସେମାନଙ୍କୁ ଆଧାର କାର୍ଡ କିମ୍ବା ଏହାର କପି ଦେବାକୁ ପଡ଼ିବ ନାହିଁ । ଏଥିରେ ତଥ୍ୟ ଲିକ୍‌ ହେବନାହିଁ। ୟୁପିଆଇ ପେମେଣ୍ଟରେ କ୍ୟୁ ଆର୍ କୋଡ୍ ସ୍କାନ ଭଳି ସହଜ ହେବ ଆଧାର ଭେରିଫିକେସନ୍। ଏହି ପ୍ରକ୍ରିୟା ଶହେ ପ୍ରତିଶତ ଡିଜିଟାଲ୍ ଏବଂ ସୁରକ୍ଷିତ। ଆଧାର କାର୍ଡ ସହ ଜଡିତ ତଥ୍ୟ ଲିକ୍ ହୋଇପାରିବ ନାହିଁ। ଖୁବଶୀଘ୍ର ଏହି ଆପ୍ ଲଞ୍ଚ ହେବ।

Leave A Reply

Your email address will not be published.