ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଓଡିଶାରେ ପ୍ରତିଷ୍ଠା ହେବ ଆଉ ୪ ମେଡିକାଲ କଲେଜ

0

ଭୁବନେଶ୍ବର: ଓଡ଼ିଶାରେ ଆଉ ଚାରୋଟି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ସୂଚନା ଦେଇଛନ୍ତି। ରାଜ୍ୟରେ ୧୨ଟି ମେଡିକାଲ କଲେଜ ଅଛି। ଖୁବ୍ ଶୀଘ୍ର ଆଉ ଦୁଇଟି କଲେଜ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ।
ଏହାବ୍ୟତୀତ ରାଜ୍ୟ ସରକାର ରାଜ୍ୟର ଆଉ ଚାରୋଟି ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରିବେ। ଏନେଇ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। “ରାଜ୍ୟ ସରକାର ୨୦୨୫-୨୬ ବଜେଟରେ ଏଥିପାଇଁ ପାଣ୍ଠି ବ୍ୟୟବରାଦ କରିଛନ୍ତି। ଗତ ୧୦ ମାସରେ ରାଜ୍ୟରେ ମୋଟ ୪,୦୦୦ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସରକାର ଆଗାମୀ ଦିନରେ ୫,୦୦୦ ଅଧିକ ଡାକ୍ତର ଏବଂ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନେଉଛନ୍ତି।

Leave A Reply

Your email address will not be published.