ଭୁବନେଶ୍ବର: ୧୯୮୯ ବ୍ୟାଚ୍ ର ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ ପରମିତା ଶତପଥୀ ତ୍ରିପାଠୀ ବୁଧବାର ଓଡ଼ିଶାରେ ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପରମିତା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପଦ୍ମଶ୍ରୀ ପ୍ରତୀଭା ଶତପଥୀ ଏବଂ ନିତ୍ୟାନନ୍ଦ ଶତପଥୀ ଙ୍କ କନ୍ୟା। ଜଣେ ପ୍ରସିଦ୍ଧ ଲେଖିକା ଏବଂ ଔପନ୍ୟାସିକ ପରମିତା ପୂର୍ବରୁ ଓଡ଼ିଶାରେ ଆୟକର ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟତୁଲାଇବା ସହ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି)ରେ ଅର୍ଥ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
ତାଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ୧୯୮୫ ରେ ‘ଝଙ୍କାର’ ପତ୍ରିକାରେ ପ୍ରକାଶିତ ହୋଇଥିଲା। ସାତୋଟି କ୍ଷୁଦ୍ରଗଳ୍ପ ସଂଗ୍ରହ ରଚନା କରିଥିବା ପରମିତା ଙ୍କୁ ଓଡିଆ ସାହିତ୍ୟିକ କୃତି ପାଇଁ ୨୦୧୬ ରେ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ୨୦୧୨ ରେ ଲେଖିଥିବା ଏକ କ୍ଷୁଦ୍ରଗଳ୍ପ ସଂଗ୍ରହ ‘ପ୍ରାପ୍ତି’ ପାଇଁ ଏହି ପୁରସ୍କୃତ ହୋଇଥିଲେ। ଅଗଷ୍ଟ ୨୦୧୫ ରେ ପ୍ରାପ୍ତି ଏକ କମ୍ପାକ୍ଟ ଡିସ୍କ (CD) ରେ ମୁକ୍ତିଲାଭ କରିଥିଲା। ଏବଂ ୨୦୨୧ ରେ ପରମିତା ଙ୍କୁ ସାରଳା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କର ଅନେକ ଉପନ୍ୟାସ ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ତେଲୁଗୁ ଏବଂ ମରାଠୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି।
ପ୍ରମୁଖ ଖବର
ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କଠୁ ଝାମ୍ପିନେଲେ ୪ କୋଟି ଟଙ୍କାର ଅଳଙ୍କାର
ବିଲ୍ ମଞ୍ଜୁରୀ ନେଇ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଲାଗି ରହିବ ନାହିଁ ସମୟ ସୀମା : ସୁପ୍ରିମକୋର୍ଟ
ଅନିଲ୍ ଅମ୍ବାନୀଙ୍କୁ ଇଡି ଝଟକା: ଭୁବନେଶ୍ବରର ସମେତ ଏକାଧିକ ସ୍ଥାନରେ ସମ୍ପତ୍ତି ଆଟାଚ୍
ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ
ପୋଲିସ ସୁରକ୍ଷା ହଟାଇବାକୁ ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ଅନୁରୋଧ
ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନୀତୀଶ କୁମାର