ଭୁବନେଶ୍ବର: ୧୯୮୯ ବ୍ୟାଚ୍ ର ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ ପରମିତା ଶତପଥୀ ତ୍ରିପାଠୀ ବୁଧବାର ଓଡ଼ିଶାରେ ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପରମିତା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ପଦ୍ମଶ୍ରୀ ପ୍ରତୀଭା ଶତପଥୀ ଏବଂ ନିତ୍ୟାନନ୍ଦ ଶତପଥୀ ଙ୍କ କନ୍ୟା। ଜଣେ ପ୍ରସିଦ୍ଧ ଲେଖିକା ଏବଂ ଔପନ୍ୟାସିକ ପରମିତା ପୂର୍ବରୁ ଓଡ଼ିଶାରେ ଆୟକର ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟତୁଲାଇବା ସହ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି)ରେ ଅର୍ଥ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
ତାଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ୧୯୮୫ ରେ ‘ଝଙ୍କାର’ ପତ୍ରିକାରେ ପ୍ରକାଶିତ ହୋଇଥିଲା। ସାତୋଟି କ୍ଷୁଦ୍ରଗଳ୍ପ ସଂଗ୍ରହ ରଚନା କରିଥିବା ପରମିତା ଙ୍କୁ ଓଡିଆ ସାହିତ୍ୟିକ କୃତି ପାଇଁ ୨୦୧୬ ରେ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ୨୦୧୨ ରେ ଲେଖିଥିବା ଏକ କ୍ଷୁଦ୍ରଗଳ୍ପ ସଂଗ୍ରହ ‘ପ୍ରାପ୍ତି’ ପାଇଁ ଏହି ପୁରସ୍କୃତ ହୋଇଥିଲେ। ଅଗଷ୍ଟ ୨୦୧୫ ରେ ପ୍ରାପ୍ତି ଏକ କମ୍ପାକ୍ଟ ଡିସ୍କ (CD) ରେ ମୁକ୍ତିଲାଭ କରିଥିଲା। ଏବଂ ୨୦୨୧ ରେ ପରମିତା ଙ୍କୁ ସାରଳା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ତାଙ୍କର ଅନେକ ଉପନ୍ୟାସ ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ତେଲୁଗୁ ଏବଂ ମରାଠୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା