ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଶବ ପରିବହନ ପାଇଁ କଲ ସେଣ୍ଟର ରହିବ

0

ଭୁବନେଶ୍ବର: ରାଜ୍ୟରେ ଏଣିକି ମୃତଦେହ ପରିବହନ ପାଇଁ ରହିବ କଲ୍ ସେଣ୍ଟର। ୧୦୮ ଆମ୍ବୁଲାନ୍ସ ସେବା ଭଳି ରହିବ ଟୋଲ୍ ଫ୍ରି ନମ୍ବର। କଲ ସେଣ୍ଟର ମାଧ୍ୟମରେ ରୋଗୀ ପରିବାର ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ କରି ମୃତଦେହକୁ ଠିକ୍‌ ସମୟରେ ଏବଂ ସୁବିଧାରେ ନିର୍ଦ୍ଧାରିତ ସ୍ଥାନକୁ ପହଞ୍ଚା ଯାଇ ପାରିବ। ଏନେଇ ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାରମ୍ଭିକ ଆଲୋଚନାରେ ଏହି ନିଷ୍ପତ୍ତି ହୋଇଛି।

ସରକାରୀ ହସ୍ପିଟାଲରେ ପ୍ରାଣ ହରାଇଲେ ମୃତ ଦେହକୁ ଘର କିମ୍ବା ଶ୍ମଶାନ ଯାଏଁ ନେବାକୁ ଏହି କଲ ସେଣ୍ଟର କାମ କରିବ। ସେହିପରି ଏବେ ରାଜ୍ୟରେ କେଉଁ ଜିଲ୍ଲାର ହସ୍ପିଟାଲରେ ବାର୍ଷିକ କେତେ ଲୋକଙ୍କ ମୃତ୍ୟୁ ହେଉଛି, ସେହି ହିସାବରେ କେତେ ମୃତ ଦେହ ପରିବହନ ଗାଡ଼ି ଆବଶ୍ୟକ ସେନେଇ ସ୍ଵାସ୍ଥ୍ୟ ସଚିବ ତଥ୍ୟ ମାଗିଛନ୍ତି। ମୃତ ଦେହ ପରିବହନ ପାଇଁ କିଲୋମିଟର ପିଛା ଦର କେତେ ରହିବ ସେନେଇ ନିଷ୍ପତ୍ତି ହୋଇନାହିଁ, ଆଲୋଚନା ପରେ ସ୍ପଷ୍ଟ ହେବ।

Leave A Reply

Your email address will not be published.