ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଆତ୍ମସମର୍ପଣ କଲେ ୨୨ ମାଓବାଦୀ

0

ଛତିଶଗଡ଼: ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା। ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି। ସିଆରପିଏଆ ଡିଆଇଜି ଆନନ୍ଦ ସିଂହ ରାଜପୁରୋହିତଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୁଣ୍ଡରେ ୮ ଲକ୍ଷ ଟଙ୍କା ପୁରସ୍କାର ଥିଲା। ସେହିପରି ଅନ୍ୟ ଦୁଇ ଜଣଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଆଦିବାସୀମାନଙ୍କ ଉପରେ ମାଓବାଦୀ ସଂଗଠନ ପକ୍ଷରୁ ଅତ୍ୟାଚାର କରାଯାଉଥିବା ଅଭିଯୋଗ କରି ଏହି ମାଓବାଦୀମା​‌ନେ ସଂଗଠନ ଛାଡ଼ିଥିବା କହିଛନ୍ତି।

ସରକାରଙ୍କ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ନକ୍ସଲ ଆତ୍ମସମର୍ପଣ କରୁଛନ୍ତି। ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି ସେମାନେ ମୁଖ୍ୟଧାରାରେ ସାମିଲ ହୋଇ ସମାଜ ପାଇଁ ଭଲ କରିବେ ବୋଲି ସିଆରପିଏଫ୍ ଡିଆଇଜି କହିଛନ୍ତି। ଆତ୍ମସମର୍ପଣ କରିଥିବା କିଛି ନକ୍ସଲ ଓଡ଼ିଆ ନୂଆପଡ଼ା ଡିଭିଜନରେ ବି କାମ କରୁଥିଲେ।

Leave A Reply

Your email address will not be published.