ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଆତ୍ମସମର୍ପଣ କଲେ ୨୨ ମାଓବାଦୀ

0

ଛତିଶଗଡ଼: ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା। ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି। ସିଆରପିଏଆ ଡିଆଇଜି ଆନନ୍ଦ ସିଂହ ରାଜପୁରୋହିତଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୁଣ୍ଡରେ ୮ ଲକ୍ଷ ଟଙ୍କା ପୁରସ୍କାର ଥିଲା। ସେହିପରି ଅନ୍ୟ ଦୁଇ ଜଣଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଆଦିବାସୀମାନଙ୍କ ଉପରେ ମାଓବାଦୀ ସଂଗଠନ ପକ୍ଷରୁ ଅତ୍ୟାଚାର କରାଯାଉଥିବା ଅଭିଯୋଗ କରି ଏହି ମାଓବାଦୀମା​‌ନେ ସଂଗଠନ ଛାଡ଼ିଥିବା କହିଛନ୍ତି।

ସରକାରଙ୍କ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ନକ୍ସଲ ଆତ୍ମସମର୍ପଣ କରୁଛନ୍ତି। ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି ସେମାନେ ମୁଖ୍ୟଧାରାରେ ସାମିଲ ହୋଇ ସମାଜ ପାଇଁ ଭଲ କରିବେ ବୋଲି ସିଆରପିଏଫ୍ ଡିଆଇଜି କହିଛନ୍ତି। ଆତ୍ମସମର୍ପଣ କରିଥିବା କିଛି ନକ୍ସଲ ଓଡ଼ିଆ ନୂଆପଡ଼ା ଡିଭିଜନରେ ବି କାମ କରୁଥିଲେ।

Leave A Reply

Your email address will not be published.