ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏବଂ ସ୍ପେନ୍ର ରାଷ୍ଟ୍ରଦୂତ ହିଜ ଏକ୍ସିଲେନ୍ସି ଜୁଆନ୍ ଆନ୍ଟୋନିଓ ମାର୍ଚ ପୁଜୋଲଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ହୋଇଛି। ସ୍ପେନର ରାଷ୍ଟ୍ରଦୂତ ଭାବେ ସେ ଏକାସଂଗେ ଭାରତ, ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ମାଳଦ୍ୱୀପକୁ ପ୍ରତିନିଧିତ୍ୱ କରୁଛନ୍ତି। ଶୁକ୍ରବାର ବିଶ୍ୱବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କ ସହ ସାକ୍ଷାତ ସମୟରେ ଦୁଇ ଦେଶ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗ ସହ ଆଲୋଚନା କରିବା ସହ ସୋଆରେ ସ୍ପାନିଶ ଭାଷାର ଶିକ୍ଷାକୁ ନେଇ ମଧ୍ୟ ଆଲୋଚନା କରିଥିଲେ। ଏହି ସାକ୍ଷାତ ଆଲୋଚନା ସମୟରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ଥିଲେ।
ପ୍ରମୁଖ ଖବର
ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ