ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ରୁଙ୍ଗଟା କାରଖାନାରେ ଆଇରନ୍‌‌ ପ୍ଲେଟ ପଡ଼ି ୨ ମୃତ, ୩ ଗୁରୁତର

0

ରୁଙ୍ଗଟା: ରୁଙ୍ଗଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନାରେ ବଡ଼ ଧରଣର ଅଘଟଣ। ପ୍ଲାଣ୍ଟର ଡିଆରଆଇ ସାଇଡ଼ରେ ଉପରେ ଇରେକ୍ସନ କାମ ଚାଲୁଥିବାବେଳେ ଏକ ବଡ଼ ଲୁହ ପ୍ଲେଟ ତଳକୁ ଖସି ପଡିଛି। ଫଳରେ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ୩ ଗୁରୁତରଙ୍କୁ କଟକର ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ରୁଙ୍ଗଟା ମାଇନ୍ସ କମ୍ପାନୀର ୯ ନଂ କିଲନରେ ଆଇରନ ପ୍ଲେଟ ଉଠାଇବାବେଳେ ତାହା ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ତଳେ କାମ କରୁଥିବା ୫ଜଣ ଶ୍ରମିକଙ୍କ ଉପରେ ଏହି ଲୁହା ପ୍ଲେଟ ପଡିଯିବାରୁ ୫ଜଣ ଶ୍ରମିକ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ୫ଜଣଙ୍କୁ କଟକର ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଦୁଇ ଶ୍ରମିକ ହେଲେ ସ୍ଥାନୀୟ ମହାଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କନ୍ତାମିଲା ଗ୍ରାମର ଜିତେନ ବେହେରା ଓ ପୁରନ୍ଦର ବେହେରା। ଅନ୍ୟ ୩ଜଣ ଗୁରୁତର ଶ୍ରମିକଙ୍କ ପରିଚୟ ଜଣାପଡିନାହିଁ। ତେବେ ଏହି ଅଘଟଣ ପରେ ଦୁର୍ଘଟଣା ଘଟିଥିବା ଡିଆରଆଇ ପ୍ଲାଣ୍ଟ ସାଇଡରେ ଶ୍ରମିକ ମାନେ କାମ ବନ୍ଦ କରିଛନ୍ତି। ଯାହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ତେବେ ଏନେଇ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.