ପ୍ରମୁଖ ଖବର

ଆଇଏଏସ୍‌ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ

ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ନାବାଳକଙ୍କ ସମେତ ୩ ଅଟକ

0

ତଳସରା: ତଳସରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ତଳସରା ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏହି ଘଟଣାରେ ଜଣେ ନାବାଳକଙ୍କ ସମେତ ୩ଜଣଙ୍କୁ ଅଟକ ରଖିଛି।

ପୋଲିସ ସୂଚନା ମୁତାବକ, ପୀଡ଼ିତା ନାବାଳିକା ତାଙ୍କ ୨ଜଣ ସାଙ୍ଗଙ୍କ ସହିତ ସୋମବାର ରାତିରେ ଗ୍ରାମରେ ଏକୋଶିଆ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ପଛପଟୁ ଏକ ବୋଲେରୋରେ ୩ଜଣ ଆସି ସେମାନଙ୍କୁ ପିଛା କରିଥିଲେ। ହେଲେ ନାବାଳିକାମାନେ ଦୌଡ଼ି ପଳାଇଥିଲେ। ସେଠାରୁ କିଛି ବାଟ ଗଲାପରେ ପୁଣି ବୋଲେରୋରେ ସେମାନେ ପିଛା କରିଥିଲେ। ଏହି ସମୟରେ ଜଣେ ନାବାଳିକା ତଳେ ପଡ଼ି ଯାଇଥିଲେ। ଫଳରେ ବୋଲେରୋରୁ ୩ଜଣ ଓହ୍ଲାଇ ତଳେ ପଡ଼ିଥିବା ନାବାଳିକାଙ୍କୁ ଟେକି ନେଇ ସେଠାରୁ ୧୧କିଲୋମିଟର ଦୂର ବାଲିଶଙ୍କରା ଶୁଖାମହାଦେବ ମନ୍ଦିର ପାହାଡ଼ ଉପରେ ଥିବା ଜଙ୍ଗଲରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିଥିଲେ।

ରାତି ପ୍ରାୟ ସାଢେ ୩ଟାରେ ତଳସରା ଥାନାଠାରୁ ୧୫କି.ମି. ଦୂର ରାସ୍ତା ପାର୍ଶ୍ୱରେ ପୀଡ଼ିତାଙ୍କୁ ଓହ୍ଲାଇ ଘଟଣା ବିଷୟରେ କାହାକୁ କହିଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇ ଚାଲି ଯାଇଥିଲେ। ପରେ କୌଣସି ପ୍ରକାରେ ଖବରପାଇ ପରିବାର ଲୋକେ ଝିଅକୁ ଉଦ୍ଧାର କରି ଘରକୁ ଆଣିଥିଲେ। ପରିବାର ଲୋକଙ୍କ ସହିତ ପୀଡ଼ିତା ତଳସରା ଥାନାରେ ଏତଲା ଦେଇଥିଲେ। ବର୍ତ୍ତମାନ ସମସ୍ତ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

Leave A Reply

Your email address will not be published.