ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଆଉ ୩ ଦିନ ଯାଏଁ ପ୍ରବଳ ଗରମ ଗୁଳୁଗୁଳି ର ପ୍ରଭାବ

0

୨୭ ରୁ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ବର: ରାଜ୍ୟ ରେ ଏବେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୁତ ହେଉଛି। ଦିନ ତାପମାତ୍ରା ଅଧିକ ରହୁଛି। ପଶ୍ଚିମ ଓଡ଼ିଶା ର ଅନେକ ଅଞ୍ଚଳ ରେ ତାପମାତ୍ରା ୪୨.୦°ସି ଉପରେ ରହିଛି ଓ କିଛି ଅଞ୍ଚଳ ରେ ଗ୍ରୀଷ୍ମ ଲହରୀ ପ୍ରବାହିତ ହେଉଛି। ଗତକାଲି ଝାରସୁଗୁଡାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୫.୪°ସି ରେକର୍ଡ କରଯାଇଥିଲା। ଉପକୂଳ ଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖରା ସହ ଆଦ୍ରତା ଅଧିକ ରହୁଥିବା ହେତୁ ଗୁଳୁଗୁଳି ଅନୁଭୁତ ହେଉଛି। ସେହିପରି ଅନେକ ଅଞ୍ଚଳ ରେ ରାତି ତାପମାତ୍ରା ମଧ୍ୟ ସ୍ଵାଭାବିକ ଠାରୁ ଅଧିକ ରହୁଛି।

ଆସନ୍ତା ୩ ଦିନ ଯାଏଁ ପାଣିପାଗ ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଅର୍ଥାତ୍ ଏହିପରି ସ୍ଥିତି ଜାରି ରହିବ। ପଶ୍ଚିମ ଓଡ଼ିଶା ର ଅନେକ ଅଞ୍ଚଳ ରେ ଦିନ ତାପମାତ୍ରା ୪୨.୦°ସି ଉପରେ ରହିବ ଓ ଗ୍ରୀଷ୍ମ ଲହରୀ ପ୍ରବାହିତ ହେବ। ଉପକୂଳ ରେ ଗରମ ଓ ଗୁଳୁଗୁଳି ପ୍ରଭାବ ରହିବ।

ତେବେ ୨୭ ତାରିଖ ଠାରୁ ପାଗ ରେ କିଛି ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି। ଦିନ ତାପମାତ୍ରା ୨-୪°ସି ଯାଏଁ କମିବ। ଏହାସହ କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ୨୮ ତାରିଖ ରୁ ରାଜ୍ୟ ର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ଯାହା ତାପମାତ୍ରା କୁ ହ୍ରାସ କରିବାରେ ସହାୟକ ହେବ।

Leave A Reply

Your email address will not be published.