ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ପ୍ରଧାନମନ୍ତ୍ରୀଙ୍କ ରୁଷ ଗସ୍ତ ବାତିଲ

0

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତକୁ ବାତିଲ କରାଯାଇଛି। ମେ’ ୯ ତାରିଖ ରୁଷିଆର ବିଜୟ ଦିବସ ପରେଡରେ ଭାଗ ନେବେ ନାହିଁ ମୋଦି।

ଏନେଇ କ୍ରେମଲିନ୍ ମୁଖପାତ୍ର ପେସକୋଭଙ୍କ ପକ୍ଷରୁ ସୂଚନା ଜାର କରାଯାଇଛି। ପ୍ରତିବର୍ଷ ମସ୍କୋରେ ୯ ମେ’ରେ ବିଜୟ ଦିବସ ପରେଡ୍‌ ଅନୁଷ୍ଠିତ ହୁଏ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ରୁଷିଆ ବିଜୟର ଏହା ୮୦ତମ ବାର୍ଷିକୀ। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି, ପ୍ରଧାନମନ୍ତ୍ରୀ ଉପସ୍ଥିତ ନ ଥିଲେ ମଧ୍ୟ ଭାରତର ପ୍ରତିନିଧିତ୍ୱ ଜଣେ କୂଟନୈତିକ ପ୍ରତିନିଧିଙ୍କ ମାଧ୍ୟମରେ କରାଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଥାନ କେଉଁ ଭାରତୀୟ ଅଧିକାରୀ ନେବେ କିମ୍ବା କେଉଁ ସ୍ତରର ଅଧିକାରୀ ହେବେ ତାହା ଦିମିତ୍ରୀ ପେସକୋଭ କହି ନାହାନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରୁଷିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଥିଲା। ଦିଲ୍ଲୀର ବୈଦେଶିକ ମନ୍ତ୍ରଣାଳୟ ନିମନ୍ତ୍ରଣକୁ ଗ୍ରହଣ କରିଥିଲା।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ନ ଥିଲେ ମଧ୍ୟ, ଏକ ପ୍ରତିନିଧିମଣ୍ଡଳୀ ମାଧ୍ୟମରେ ଭାରତକୁ ପ୍ରତିନିଧିତ୍ୱ କରାଯିବ । ତଥାପି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଥାନରେ କିଏ କାର୍ଯ୍ୟକ୍ରମରେ ଯୋଗଦେବେ ତାହା ସେ ସ୍ପଷ୍ଟ କରିନାହାଁନ୍ତି।

Leave A Reply

Your email address will not be published.