ପ୍ରମୁଖ ଖବର

୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍‌ଘାଟିତ
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍, ଜଣେ ମୃତ
ଏସଆଇ ପରୀକ୍ଷା ଘୋଟାଲା : ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ
‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ; ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ
ଓଡ଼ିଆ ଝିଅ ହେଲେ ଝାଡ଼ଖଣ୍ଡ ଡିଜିପି
ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

ପ୍ରଧାନମନ୍ତ୍ରୀଙ୍କ ରୁଷ ଗସ୍ତ ବାତିଲ

0

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷ ଗସ୍ତକୁ ବାତିଲ କରାଯାଇଛି। ମେ’ ୯ ତାରିଖ ରୁଷିଆର ବିଜୟ ଦିବସ ପରେଡରେ ଭାଗ ନେବେ ନାହିଁ ମୋଦି।

ଏନେଇ କ୍ରେମଲିନ୍ ମୁଖପାତ୍ର ପେସକୋଭଙ୍କ ପକ୍ଷରୁ ସୂଚନା ଜାର କରାଯାଇଛି। ପ୍ରତିବର୍ଷ ମସ୍କୋରେ ୯ ମେ’ରେ ବିଜୟ ଦିବସ ପରେଡ୍‌ ଅନୁଷ୍ଠିତ ହୁଏ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ରୁଷିଆ ବିଜୟର ଏହା ୮୦ତମ ବାର୍ଷିକୀ। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି, ପ୍ରଧାନମନ୍ତ୍ରୀ ଉପସ୍ଥିତ ନ ଥିଲେ ମଧ୍ୟ ଭାରତର ପ୍ରତିନିଧିତ୍ୱ ଜଣେ କୂଟନୈତିକ ପ୍ରତିନିଧିଙ୍କ ମାଧ୍ୟମରେ କରାଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଥାନ କେଉଁ ଭାରତୀୟ ଅଧିକାରୀ ନେବେ କିମ୍ବା କେଉଁ ସ୍ତରର ଅଧିକାରୀ ହେବେ ତାହା ଦିମିତ୍ରୀ ପେସକୋଭ କହି ନାହାନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରୁଷିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଥିଲା। ଦିଲ୍ଲୀର ବୈଦେଶିକ ମନ୍ତ୍ରଣାଳୟ ନିମନ୍ତ୍ରଣକୁ ଗ୍ରହଣ କରିଥିଲା।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ନ ଥିଲେ ମଧ୍ୟ, ଏକ ପ୍ରତିନିଧିମଣ୍ଡଳୀ ମାଧ୍ୟମରେ ଭାରତକୁ ପ୍ରତିନିଧିତ୍ୱ କରାଯିବ । ତଥାପି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଥାନରେ କିଏ କାର୍ଯ୍ୟକ୍ରମରେ ଯୋଗଦେବେ ତାହା ସେ ସ୍ପଷ୍ଟ କରିନାହାଁନ୍ତି।

Leave A Reply

Your email address will not be published.