ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0

ଢେଙ୍କାନାଳ: ଢେଙ୍କାନାଳର ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ବେଆଇନ ଭାବେ ୩ ଲକ୍ଷ ଟଙ୍କା ଧରି ଯାଉଥିବା ବେଳେ ଧରା ପଡ଼ିଥିଲେ। ଗିରଫ ହେବାର ଦିନକ ପରେ ଅର୍ଥାତ୍ ବୁଧବାର ଓଡ଼ିଶା ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ପାଖରେ ଥିବା ଦୁଇଟି କୋଠା ଏବଂ ଆଠଟି ଉଚ୍ଚ ମୂଲ୍ୟର ପ୍ଲଟ୍ ସମେତ ବିପୁଳ ସମ୍ପତ୍ତି ଠାବ କରିଛି।

ତେବେ ୫ଟି ସ୍ଥାନରେ ଏକକାଳୀନ ତଲାସି କରାଯାଇଛି। ରେଡ୍ ସମୟରେ ଜଗତପୁର, କଟକରେ ପ୍ରାୟ ୪୬୫୫ ବର୍ଗଫୁଟ କ୍ଷେତ୍ରଫଳର ଏକ ତିନି ମହଲା କୋଠା ରହିଥିବା ଜଣାପଡିଛି।ସେହିପରି ପୁରୀର କୁମ୍ଭାରପଡ଼ାରେ ପ୍ରାୟ ୧୪୦୦ ବର୍ଗଫୁଟ କ୍ଷେତ୍ରଫଳର ଏକ ଦୁଇ ମହଲା କୋଠା। କଟକରେ ୪ଟି ପ୍ଲଟ୍, ପୁରୀରେ ୨ଟି ପ୍ଲଟ୍ ଏବଂ ଜଗତସିଂପୁରରେ ୨ଟି ପ୍ଲଟ୍ ସମେତ ୮ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ମଧ୍ୟ ରହିଛି। ଏହାବ୍ୟତିତ ୨ଟି ବେନାମୀ ଚାରିଚକିଆ ଗାଡ଼ି ଯାଞ୍ଚ ଅଧୀନରେ ଥିବା ବେଳେ ବ୍ୟାଙ୍କ ଜମା ଏବଂ ଅନ୍ୟାନ୍ୟ ନିବେଶ ସମ୍ପର୍କରେ ଛାନଭିନ୍ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ମଙ୍ଗବାର ଅପରାହ୍‌ଣ ସମୟରେ ଲକ୍ଷାଧିକ ଟଙ୍କା ନେଇ ଦେଉଳସାହି ରୋଡ଼ରେ ଏକ ଏସୟୁଭିରେ ଯାତ୍ରା କରୁଥିବା ବେଳେ ଭିଜିଲାନ୍ସ ଅଟକାଇଥିଲା। ସେହି ସମୟରେ ଭିଜିଲାନ୍ସ ଟିମ୍ ମହିଳା ଅବକାରୀ ଅଧିକାରୀଙ୍କ ନିକଟରୁ ୩ ଲକ୍ଷ ଟଙ୍କା ନଗଦ ପାଇଥିଲେ। ସେ ଏତେ ଟଙ୍କା ସମ୍ପର୍କରେ ସନ୍ତୋଷଜନକ ହିସାବ ଦେଇପାରିନଥିବାରୁ ତାଙ୍କ ନିକଟରୁ ଟଙ୍କା ସହ ଗାଡ଼ି ମଧ୍ୟ ଜବତ କରାଯାଇଥିଲା।

Leave A Reply

Your email address will not be published.