ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଲାଞ୍ଚ ନେବା ବେଳେ ଧରା ପଡିଲେ ସିଡିପିଓ ଓ ଅଙ୍ଗନୱାଡି କର୍ମୀ

0

କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ ଅଙ୍ଗନୱାଡି କର୍ମୀ। କୋରାପୁଟର ଦଶମନ୍ତପୁର ବ୍ଲକର ସିଡିପିଓ ସକୁନ୍ତଳା ଦାସ ଏବଂ ଅଧମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରର ମିନତୀ ଖୋସଲାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ଟିମ।
ସିଡିପିଓ ନବନିଯୁକ୍ତ ଅଙ୍ଗନୱାଡି ସହାୟକଙ୍କ ବ୍ୟକ୍ତିଗତ ଫାଇଲ ଖୋଲି ଦରମା ପ୍ରଦାନ କରିବା ପାଇଁ ତାଙ୍କଠାରୁ ବେଆଇନ ଭାବେ ଟଙ୍କା ଦାବି କରିଥିଲେ। ଏନେଇ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏକ ଅଙ୍ଗନୱାଡି କେନ୍ଦ୍ରରେ ଦେଢ଼ ମାସ ତଳେ କାର୍ଯ୍ୟରେ ଯୋଗ ଦେଇଥିବା ଅଙ୍ଗନୱାଡି ସହାୟକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଏହାକୁ ଟାର୍ଗେଟ କରି ଭିଜିଲାନ୍ସର ଏକ ଟିମ ପୂର୍ବ ପ୍ରସ୍ତୁତି କରି ଏକ ଜାଲ ବିଛାଇ ଆଜି ସିଡିପିଓ ଏବଂ ଏଥିରେ ସାମଲି ଜଣେ ଅଙ୍ଗନୱାଡି କର୍ମୀଙ୍କୁ ରେଡ ହ୍ୟାଣ୍ଡ ଧରିଥିଲେ।

ତେବେ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସିଡିପିଓଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଏବଂ ଅଙ୍ଗନୱାଡି କର୍ମୀଙ୍କ ଗୋଟିଏ ସ୍ଥାନରେ ଏକକାଳୀନ ତଲାସ ଚାଲିଛି। ପିସି ସଂଶୋଧନ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।

Leave A Reply

Your email address will not be published.