ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଲାଞ୍ଚ ନେବା ବେଳେ ଧରା ପଡିଲେ ସିଡିପିଓ ଓ ଅଙ୍ଗନୱାଡି କର୍ମୀ

0

କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ ଅଙ୍ଗନୱାଡି କର୍ମୀ। କୋରାପୁଟର ଦଶମନ୍ତପୁର ବ୍ଲକର ସିଡିପିଓ ସକୁନ୍ତଳା ଦାସ ଏବଂ ଅଧମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରର ମିନତୀ ଖୋସଲାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ଟିମ।
ସିଡିପିଓ ନବନିଯୁକ୍ତ ଅଙ୍ଗନୱାଡି ସହାୟକଙ୍କ ବ୍ୟକ୍ତିଗତ ଫାଇଲ ଖୋଲି ଦରମା ପ୍ରଦାନ କରିବା ପାଇଁ ତାଙ୍କଠାରୁ ବେଆଇନ ଭାବେ ଟଙ୍କା ଦାବି କରିଥିଲେ। ଏନେଇ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏକ ଅଙ୍ଗନୱାଡି କେନ୍ଦ୍ରରେ ଦେଢ଼ ମାସ ତଳେ କାର୍ଯ୍ୟରେ ଯୋଗ ଦେଇଥିବା ଅଙ୍ଗନୱାଡି ସହାୟକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଏହାକୁ ଟାର୍ଗେଟ କରି ଭିଜିଲାନ୍ସର ଏକ ଟିମ ପୂର୍ବ ପ୍ରସ୍ତୁତି କରି ଏକ ଜାଲ ବିଛାଇ ଆଜି ସିଡିପିଓ ଏବଂ ଏଥିରେ ସାମଲି ଜଣେ ଅଙ୍ଗନୱାଡି କର୍ମୀଙ୍କୁ ରେଡ ହ୍ୟାଣ୍ଡ ଧରିଥିଲେ।

ତେବେ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସିଡିପିଓଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଏବଂ ଅଙ୍ଗନୱାଡି କର୍ମୀଙ୍କ ଗୋଟିଏ ସ୍ଥାନରେ ଏକକାଳୀନ ତଲାସ ଚାଲିଛି। ପିସି ସଂଶୋଧନ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।

Leave A Reply

Your email address will not be published.