ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଆସନ୍ତାକାଲି ମକ୍‌ଡ୍ରିଲ୍‌, ଦିନ ୪ଟାରେ ବାଜିବ ଯୁଦ୍ଧ ସାଇରନ୍‌

0

ଭୁବନେଶ୍ବର: ରାଜ୍ୟରେ ମକ୍‌ଡ୍ରିଲ୍‌ ନେଇ ଗୃହ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକ ସରିବା ପରେ ଯୁଦ୍ଧ ପ୍ରସ୍ତୁତି ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ଡିଜିଙ୍କ କହିବାନୁସାରେ, ବୁଧବାର ଅପରାହ୍ନ ୪ଟାରେ ମକ୍‌ଡ୍ରିଲ ସାଇରନ୍‌ ବାଜିବ।

ଆସନ୍ତାକାଲିଠାରୁ ପର୍ଯ୍ୟାୟକ୍ରମେ ସପ୍ତାହେ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ପ୍ରଥମ ପର୍ଯ୍ୟାୟ ବୁଧବାର ଉପକୂଳବର୍ତ୍ତୀ ଜିଲା ଓ ସହରାଞ୍ଚଳରେ ମକ୍‌ଡ୍ରିଲ୍‌ କରାଯିବ। ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ କ’ଣ କରାଯିବ ସେ ବିଷୟରେ ଲୋକଙ୍କୁ ସଚେତନ କରାଯିବ। ପ୍ରାୟ ୫ ମିନିଟ୍‌ ଧରି ସାଇରନ୍‌ ବାଜିବ ଏବଂ ମକ୍‌ ଡ୍ରିଲ୍‌ ଆରମ୍ଭ ହେବ। ପୁଣି ସାଇରନ୍ ବାଜିଲେ ମକ୍‌ଡ୍ରିଲ୍‌ ଶେଷ ହେଲା ବୋଲି ଜଣାପଡ଼ିବ। ଏଥିରେ ସାଧାରଣତଃ କଂକ୍ରିଟ୍‌ ଛାତ ତଳେ ରହିବାକୁ ପରାମର୍ଶ ଦିଆଯିବ। ଏଥିସହ ବସ୍ତି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଯୋଜନା କରାଯିବ।

ଏହି ମକ ଡ୍ରିଲ ସମୟରେ ବ୍ଲାକଆଉଟ ହେବ। ଏହାର ଅର୍ଥ ହେଉଛି ଆକ୍ରମଣ ସମୟରେ ସମସ୍ତ ଘର, କାର୍ଯ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନର ଅନ୍ଧାର ହୋଇଯିବ। ଏହା ସହିତ ଜୋରରେ ସାଇରନ ମଧ୍ୟ ବଜାଯିବ। ସାଇରନ ଶୁଣିବା ମାତ୍ରେ ଲୋକଙ୍କୁ ସତର୍କ ରହିବାକୁ ପଡିବ ଏବଂ ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିବ। ଆକ୍ରମଣ ସମୟରେ ନାଗରିକମାନଙ୍କୁ ବଞ୍ଚିବା ପାଇଁ ତାଲିମ ଦିଆଯିବ।

ଆସନ୍ତାକାଲି ରାଜ୍ୟର ୧୨ଟି ସ୍ଥାନରେ ମକ୍‌ଡ୍ରିଲ୍‌ ହେବ। ତାଳଚେର, କୋରାପୁଟ, ବାଲେଶ୍ଵର, ଭୁବନେଶ୍ଵର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରପଡ଼ାରେ ମକ୍‌ଡ୍ରିଲ୍‌ କରାଯିବ। ମକ୍‌ଡ୍ରିଲ୍‌ ନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ର ଗୃହ ସଚିବଙ୍କ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟର ସବୁ ଜିଲାପାଳ ଓ ଅଧିକାରୀଙ୍କ ସହ ମୁଖ୍ୟ ସଚିବ ବୈଠକ କରିଛନ୍ତି। ସାରା ଦେଶରେ ଆସନ୍ତାକାଲି ୨୪୪ ଜିଲାରେ ମକ୍‌ଡ୍ରିଲ୍‌ ପାଇଁ ନିର୍ଦେଶ ଦିଆଯାଇଛି। ଶତ୍ରୁ ଆକ୍ରମଣ ସ୍ଥିତିରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି।

ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନିରୀହ ନାଗରିକ ପ୍ରାଣ ହରାଇଥିଲେ, ତା’ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶର ୨୪୪ଟି ସିଭିଲ ଡିଫେନ୍ସ ଜିଲାରେ (ଓଡ଼ିଶାର ୧୨ଜିଲା)ରେ ଏହି ବିଶାଳ ସମରାଭ୍ୟାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ୧୯୭୧ ପରେ ପ୍ରଥମ। ୧୯୯୯ରେ କାରିଗଲ ଯୁଦ୍ଧ ସମୟରେ ମଧ୍ୟ ଏପରି କୌଣସି ବି ଅଭ୍ୟାସ ହୋଇ ନଥିଲା।

Leave A Reply

Your email address will not be published.