ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ବସ୍ କୁ ଧକ୍କା ଦେଲା ବସ୍‌; ଜଣେ ମୃତ

0

ଆର.ଉଦୟଗିରି: ବସକୁ ଧକ୍କା ଦେଲା ଘରୋଇ ବସ୍‌। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ଆର.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ନିକଟସ୍ଥ କୁଲା ପଥର ଗ୍ରାମର ସଞ୍ଜୟ ବଡ଼ ରଇତ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଏକ ବାଇକ ଯୋଗେ ସଞ୍ଜୟ ଓ ତାଙ୍କର ଦୁଇ ସହଯୋଗୀ ବିବାହ ଲାଗି ନିମନ୍ତ୍ରଣ କାର୍ଡ ଦେବାକୁ ଯାଇ ଘରକୁ ଫେରୁଥିବା ସମୟରେ ଚମ୍ପା ଘାଟିରେ ଅପରାହ୍ନ ୪. ୪୫ ସମୟରେ ଭିକ୍ରାନ୍ତ ନାମକ ଏକ ଘରୋଇ ବସ ସେମାନଙ୍କୁ ଧକ୍କା ଦେଇଥିଲା। ବସ୍‌ଟି ବ୍ରହ୍ମପୁରରୁ ଆର.ଉଦୟଗିରି ପଟେ ଆସୁଥିବା ବେଳେ ଏଭଳି ଘଟଣା ଘଟିଛ। ଗୁରୁତର ୨ଜଣଙ୍କୁ ଆର.ଉଦୟଗିରି ପୋଲିସ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଦୁଇଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ସୂଚନା ଦେଇଛନ୍ତି l ଘଟଣା ସ୍ଥଳରେ ଆର.ଉଦୟଗିରି ପୋଲିସ ପହଞ୍ଚି ଘଟଣାର ଛାନଭିନ କରୁଛି।

Leave A Reply

Your email address will not be published.