ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଯୁଦ୍ଧବିରତିର କୌଣସି ର୍ନିଦ୍ଦିଷ୍ଟ ସମୟସୀମା ନାହିଁ

0

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ମେ ୧୦ରେ ହୋଇଥିବା ଯୁଦ୍ଧବିରତି ଚୁକ୍ତି ଜାରି ରହିବ ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି। ଏହି ଯୁଦ୍ଧବିରତିର କୌଣସି ର୍ନିଦ୍ଦିଷ୍ଟ ସମୟସୀମା ନାହିଁ ଏବଂ ଏହା ଅର୍ନିଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ। ଭାରତୀୟ ସେନା କହିଛି ଯେ, ମେ ୧୨ରେ ଉଭୟ ଦେଶର ମିଲିଟାରୀ ଅପରେଶନ ନିର୍ଦ୍ଦେଶକ ଡିଜିମୋଓ ମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଅନୁସାରେ ଏହି ଯୁଦ୍ଧବିରତି ବଜାୟ ରହିବ।

ସେନା ଅଧିକାରୀମାନେ କହିଛନ୍ତି, ଆଜି ପାଇଁ କୌଣସି ଡିଜିମୋଓ ସ୍ତରୀୟ ଆଲୋଚନା ନାହିଁ। ମେ ୧୨ରେ ନିଷ୍ପତ୍ତି ହୋଇଥିବା ଯୁଦ୍ଧବିରତିର କୌଣସି ସମାପ୍ତି ତାରିଖ ନାହିଁ। ଏହା ପୂର୍ବରୁ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଯୁଦ୍ଧବିରତି ମେ ୧୮ରେ ଶେଷ ହେବ ଏବଂ ନୂଆ ଆଲୋଚନା ହେବ। ଏହାକୁ ଖଣ୍ଡନ କରି ସେନା ଏହି ସ୍ପଷ୍ଟୀକରଣ ଦେଇଛି।

ଏହି ଯୁଦ୍ଧବିରତି ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ଆସିଥିଲା। ଏହି ଆକ୍ରମଣରେ ୨୬ ଜଣ ନାଗରିକ ପ୍ରାଣ ହରାଇଥିଲେ। ଏହାର ଜବାବରେ ଭାରତ ମଇ ୭ରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନ ଅଧିକୃତ କଶ୍ମୀର ଓ ପାକିସ୍ତାନରେ ଆତଙ୍କବାଦୀ ଅଡ୍ଡାକୁ ଟାର୍ଗେଟ କରିଥିଲା। ଭାରତୀୟ ସେନା ସୀମାରେ ଆସ୍ଥା ର୍ନିମାଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି ଏବଂ ସତର୍କତା ସ୍ତରକୁ କମାଇବାକୁ ଚେଷ୍ଟା କରୁଛି।

ତେବେ, ସେନା ସ୍ପଷ୍ଟ କରିଛି ଯେ ପାକିସ୍ତାନର ଆଚରଣ ଉପରେ ଏହି ଯୁଦ୍ଧବିରତିର ଭବିଷ୍ୟତ ର୍ନିଭର କରୁଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଦାର ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଏହି ଯୁଦ୍ଧବିରତି ପ୍ରତି ପ୍ରତିବଦ୍ଧ ରହିବ ଏବଂ ଏହା ଦୀର୍ଘକାଳୀନ ଶାନ୍ତି ଆଲୋଚନାର ପଥ ପ୍ରଶସ୍ତ କରିପାରେ। ଏହି ଯୁଦ୍ଧବିରତି ସଫଳ ହେବ କି ନାହିଁ, ତାହା ଉଭୟ ଦେଶର ପାରସ୍ପରିକ ସହଯୋଗ ଏବଂ ସୀମାରେ ଶାନ୍ତି ବଜାୟ ରଖିବା ଉପରେ ନିର୍ଭର କରୁଛି।

Leave A Reply

Your email address will not be published.