ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ; ୨୭ରୁ ଅଧିକ ନକ୍ସଲ ନିପାତ

0

ଛତିଶଗଡ: ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ଛତିଶଗଡର ନାରାୟଣପୁର ଜିଲାରେ ଡିଆରଜିର ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଅବୁଝମାଡ ଅଞ୍ଚଳରେ ଏଯାଏଁ ୨୭ରୁ ଅଧିକ ନକ୍ସଲ ନିପାତ ହୋଇଥିବା ନେଇ ଖବର ମିଳିଛି। ମୃତ ନକ୍ସଲଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଉଛି।

ଛତିଶଗଡ଼ ନାରାୟଣପୁର ଓ ଦାନ୍ତେୱାଡା ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ। ଡିଆରଜି ଯବାନମାନେ ନକ୍ସଲଙ୍କ ବିରୋଧରେ ଏକ ବଡ଼ ଅପରେସନ୍ ଆରମ୍ଭ କରିଛନ୍ତି। ନାରାୟଣପୁର ପୋଲିସ ଅଧିକ୍ଷକ ପ୍ରଭାତ କୁମାର ଏନକାଉଣ୍ଟର ନେଇ ସୂଚନା ଦେଇଛନ୍ତି। ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ, ୨୭ ଜଣ ନକ୍ସଲଙ୍କ ମୃତଦେହ ଏବଂ ବହୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

ଆଜି ସକାଳୁ ଆବୁଝମାଡର ଜଙ୍ଗଲରେ ଡିଆରଜି (ଜିଲ୍ଲା ରିଜର୍ଭ ଗାର୍ଡ) ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଓଁ ଜିଲ୍ଲାର ଡିଆରଜି ୟୁନିଟ୍ ମିଳିତ ଭାବରେ ଏହି ଅପରେସନରେ ସାମିଲ ହୋଇଥିଲେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିଆରଜିର ମିଳିତ ଦଳ ନକ୍ସଲଙ୍କ ଶୀର୍ଷ କମାଣ୍ଡରମାନଙ୍କୁ ଘେରି ଯାଇଥିଲେ। ଏନକାଉଣ୍ଟରରେ ୨୬ରୁ ଅଧିକ ନକ୍ସଲ ନିହତ ହୋଇଛନ୍ତି। ଏହାସହ ଜଣେ ବଡ ନକ୍ସଲ ନେତା ନାମ୍ବଲା କେଶବ ରାଓ ଛଦ୍ମନାମ ବସାଭା ରାଜୁର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏହି ଏନକାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଛନ୍ତି।

Leave A Reply

Your email address will not be published.