ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଭୁବନେଶ୍ୱରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

0

ଭୁବନେଶ୍ବର: ଦେଶରେ କରୋନାର ମାମଲା ବଢି ଚାଲିଥିବା ବେଳେ ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ଆକ୍ରାନ୍ତ। ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାଯାଇଛି। ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ। ଆକ୍ରାନ୍ତ ଜଣଙ୍କ ପୁରୁଷ ଥିବା ବେଳେ ଏବେ ସେ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ନାନା ରୋଗରେ ପୀଡ଼ିତ ଥିଲେ। ତେବେ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ସେ କୋଭିଡ୍ ପଜିଟିଭ୍ ବାହାରିଛନ୍ତି। ଓଡିଶାକୁ କରୋନାର ନୂଆ ମାମଲା ସାମନାକୁ ଆସିବା ପରେ ରାଜ୍ୟବାସୀଙ୍କ ଭୟଭୀତ ହୋଇଯାଇଛନ୍ତି। ଏବେ ଉକ୍ତ ବ୍ୟକ୍ତି ଜଣଙ୍କ ହୋମ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଦକ୍ଷିଣ ଏସିଆର ଚାଇନା ଓ ସିଙ୍ଗାପୁରରେ କୋଭିଡ-୧୯ କାୟା ବିସ୍ତାର କରିଥିବା ବେଳେ ଭାରତକୁ ମଧ୍ୟ ବ୍ୟାପିଛି ସଂକ୍ରମଣ। ଏପର୍ଯ୍ୟନ୍ତ କୋଭିଡ-୧୯ରେ ସଂକ୍ରମିତ ହୋଇ ମୁମ୍ବାଇରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଭାରତରେ ୨୫୭ କୋଭିଡ ଆକ୍ରନ୍ତ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।

Leave A Reply

Your email address will not be published.