ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ୪ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

0

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ୪ ଜଣ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ୨୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ଗିରଫ ହେଲେ ଏହି ୪ କର୍ମଚାରୀ। ଜଳ ବିଭାଜିକା ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ନାଏକ ବନ୍ଧା ହେଲେ।

ସେହିପରି ମୂର୍ତ୍ତିକା ସଂରକ୍ଷଣ ବିଭାଗର ଆଉ ୩ କର୍ମଚାରୀ ମଧ୍ୟ ବନ୍ଧାହେଲେ। ସେମାନେ ହେଲେ ଜୋଗେନ୍ଦ୍ର ଖୋସଲା, ଦୀପକ କୁମାର ସାହୁ ଓ ଶ୍ରୀକୁମାର ନାୟକ। ଏମାନଙ୍କ ବିରୋଧରେ ମନରେଗା ପୋଖରୀ ଖୋଳା ଯୋଜନାରେ ଅର୍ଥ ଆତ୍ମସାତ୍‌ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧରରେ ଉକ୍ତ ଚାରି ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଉକ୍ତ କାର୍ଯ୍ୟାଳୟର ଅଭିଯୁକ୍ତ ଅଧିକାରୀ ଏବଂ କର୍ମଚାରୀମାନେ ୨୦ ଲକ୍ଷ ଟଙ୍କାକୁ ଜବ କାର୍ଡ ଥିବା ଶ୍ରମିକଙ୍କ ଆକାଉଣ୍ଟରେ ଜମା କରି ଉଠାଇ ନେଇଥିବା ଜଣାପଡିଛି। ଏହି ମାମଲାର ଅଧିକ ଯାଞ୍ଚ ଚାଲିଛି। ଏହା ବ୍ୟତୀତ କାଶୀପୁର ବ୍ଲକର ଦୁର୍ଗମ ଏବଂ ଜଙ୍ଗଲ ଅଞ୍ଚଳରେ ଅଧିକ ଫାର୍ମ ପୋଖରୀ ଥିବା ସନ୍ଦେହ କରାଯାଉଛି। ଭିଜିଲାନ୍ସ ଦଳ ଦ୍ୱାରା ଏଠାରେ ମଧ୍ୟ ଯାଞ୍ଚ କରାଯାଉଛି। ଏହି ସମ୍ପର୍କରେ, ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କୋରାପୁଟ ଭିଜିଲାନ୍ସ ପିଏସ୍ ମାମଲା ନଂ ୨୦ ରେ ରୁଜୁ କରାଯାଇଛି। ତଦନ୍ତ ଜାରି ରହିଛି।

Leave A Reply

Your email address will not be published.