ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଆଇଟିଇଆର୍ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ

0

ଭୁବନେଶ୍ୱର, ୩୦/୦୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍‌ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଗୁରୁବାର ପ୍ରକାଶିତ ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍‌ର‌୍ୟାଙ୍କିଙ୍ଗ୍ ସର୍ଭେ ୨୦୨୫ର ଦେଶର ଦ୍ୱିତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସ୍ଥାନୀତ ହୋଇଛି। ଟାଇମ୍ସ ଅଫ୍ ଇଣ୍ଡିଆ ସମ୍ବାଦପତ୍ର ପକ୍ଷରୁ ପରିଚାଳିତ ଏହି ସର୍ଭେରେ ଦେଶର ୧୭୫ ଟି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଥିଲା।

ସେହିପରି ଦେଶର ଶ୍ରେଷ୍ଠ ୧୨୫ଟି ଘରୋଇ ଇଞ୍ଜିନିୟରିଂ କଲେଜ ଏହି ସର୍ଭେର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଆଇଟିଇଆର ଦେଶର ୨ୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଓ ପୂର୍ବ ଭାରତର ଶ୍ରେଷ୍ଠ ଭାବେ ସ୍ଥାନୀତ ହୋଇଛି। ୨୦୨୪ ଟାଇମ୍ସ ସର୍ଭେରେ ମଧ୍ୟ ଆଇଟିଇଆର୍ ଦେଶର ପ୍ରମୁଖ ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟରେ ତୃତୀୟ ସ୍ଥାନ ହାସଲ କରିଥିଲା। ସେହିପରି ଚଳିତ ବର୍ଷ ର‌୍ୟାଙ୍କିଙ୍ଗରେ ଗବେଷଣା କ୍ଷେତ୍ରରେ ଆଇଟିଇଆର ଦେଶର ୩୦ଟି ଅନୁଷ୍ଠାନ ମଧ୍ୟରେ ତୃତୀୟ ସ୍ଥାନ ଏବଂ ପ୍ଲେସ୍‌ମେଂଟରେ ୪ର୍ଥ ସ୍ଥାନ ହାସଲ କରିଛି।

ସୂଚନା ଯୋଗ୍ୟ ଯେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱର୍କ (ଏନ୍‌ଆଇଆର୍‌ଏଫ୍ ) ର‌୍ୟାଙ୍କିଙ୍ଗ ୨୦୨୪ ରେ ସୋଆ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଛି। ୨୦୨୨ରେ ସୋଆକୁ ନାକ ପକ୍ଷରୁ ଏ ପ୍ଲସ ପ୍ଲସ୍ ପୁନଃସ୍ୱୀକୃତି ମିଳିଥିବା ବେଳେ ୟୁଜିସି ପକ୍ଷରୁ କ୍ୟାଟେଗୋରୀ ୧ ଗ୍ରେଡେଡ୍‌ ଅଟୋନୋମୀର ମାନ୍ୟତା ମିଳିଛି ।

Leave A Reply

Your email address will not be published.