ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ସିକ୍କିମରେ ଟୁରିଷ୍ଟ ବସ୍ ଦୁର୍ଘଟଣା

0

ଭାଜପା ନେତ୍ରୀ ନିଖୋଜ, ପୁଅ-ପୁତୁରା ସୁରକ୍ଷିତ

ସିକ୍କିମ: ସିକ୍କିମରେ ଏକ ବଡ଼ ଅଘଟଣ ଘଟିଛି। ବୁଲିବା ପାଇଁ ଯାଇଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ପର୍ଯ୍ୟଟକ। ପ୍ରାୟ ହଜାରେ ଫୁଟ ତଳକୁ ଏକ କାର୍‌ ତିସ୍ତା ନଦୀକୁ ଖସି ପଡିଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ୯ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଯାଜପୁରର ଭାଜପା ନେତ୍ରୀ ଇତିଶ୍ରୀ ଜେନା ମଧ୍ୟ ରହିଥିବା ସୂଚନା ମିଳିଛି।

ସୂଚନା ଯୋଗ୍ୟ, ଇତିଶ୍ରୀ ପରିବାରର ୧୧ ଜଣଙ୍କ ସହ ବୁଲିବାକୁ ଯାଇଥିଲେ। ୨ଟି ଗାଡ଼ିରେ ଯାଇଥିବା ବେଳେ ଗୋଟିଏ ଗାଡ଼ି ଖାଇରେ ଖସି ପଡ଼ିଥିଲା। ହେଲେ ଦୁର୍ଘଟଣାରେ ଇତିଶ୍ରୀଙ୍କ ପୁଅ ଏବଂ ପୁତୁରା ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ଇତିଶ୍ରୀ ଜେନା ଅଛନ୍ତି । ଅନ୍ୟପକ୍ଷେ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏହି ବସରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି।

ଦୁର୍ଘଟଣାର ଶିକାର ହୋଇଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ସିକିମ ସରକାରଙ୍କ ସହ ଆଲୋଚନା କରିବା ସହ ଏକ ସ୍ବତନ୍ତ୍ର ଟିମ୍‌ ସିକିମ ଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.