ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା

0

ଅହମ୍ମଦବାଦ: ଗୁଜରାଟର ରାଜଧାନୀ ଅହମ୍ମଦବାଦରେ ଆଜି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟସ୍ଥ ମେଘାଣୀ ନଗର ଅଞ୍ଚଳରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଡିଜିସିଏ ପକ୍ଷରୁ କୁହାଯାଇଛି ଯେ ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ମଧ୍ୟରେ କ୍ରାଶ କରି ଯାଇଛି। ଏହା ଆଜି ସକାଳେ ଦିଲ୍ଲୀରୁ ଅହମଦାବାଦ ଆସିଥିଲା। ଏହି ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା। ଦୁର୍ଘଟଣା ପରେ ବିମାନ ସମ୍ପୂର୍ଣ୍ଣ ଜଳିଯାଇଛି। ରେସ୍କ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି। ଦୁର୍ଘଟଣା ପରେ ସେହି ଅଞ୍ଚଳରେ ଆକାଶ କଳା ଧୂଆଁମୟ ହୋଇଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସମସ୍ତ ସଡ଼କ ପଥ ସିଲ୍‌ କରାଯାଇଛି।

ବୋଇଂ ୭୮୭ ଏୟାରକ୍ରାଫ୍ଟ ଟେଲ ନମ୍ବର ଭିଟି ଏଏନବି ୨୮ ନମ୍ବର ରନ ୱେରୁ ମଧ୍ୟାହ୍ନ ୧.୩୯ ମିନିଟରେ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବା କ୍ଷଣି ପାଇଲଟ ତୁରନ୍ତ ମେ’ ଡେ କଲ୍‌ ବା ଜରୁରିକାଳୀନ କଲ ଜରିଆରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ବିମାନକୁ ବଡ଼ ବିପଦ ଥିବା ସେ ଅନୁଭବ କରି ସହାୟତା ମାଗିଥିଲେ। କିନ୍ତୁ କୌଣସି ସହାୟତା କରାଯିବା ପୂର୍ବରୁ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହାପରେ ବିମାନଟି ଏୟାପୋର୍ଟ ବାହାରେ ଖସି ପଡ଼ିବା ସହ ଏଥିରେ ନିଆଁ ଲାଗି ଯାଇଥିଲା। ପୂରା ଅଞ୍ଚଳ ଧୂଆଁ ମୟ ହୋଇଥିବା ବେଳେ ଗୋଟିଏ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଉଡ଼ାଣର ୫ ମିନିଟ ପରେ ବିମାନ କ୍ରାଶ ହୋଇଥିଲା। ଦୁର୍ଘଟଣା ପୂର୍ବରୁ ବିମାନଟି ସ୍ଥଳ ଭାଗରୁ ୮୨୫ ଫୁଟ ଉପରେ ରହିଥିଲା ବୋଲି ଡିଜିସିଏ ସ୍ପଷ୍ଟ କରିଛି।

ଅନ୍ୟପକ୍ଷରେ ବିମାନର ଯାତ୍ରୀ ତାଲିକାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନାଁ ରହିଛି। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କିଛି ବି ସୂଚନା ମିଳିନାହିଁ। ସେହିପରି ବିମାନରେ ୫୩ ଜଣ ବ୍ରିଟିଶ ନାଗରିକ, ଜଣେ କାନାଡା ନାଗରିକ, ୭ ଜଣ ପର୍ତ୍ତୁଗାଲ ଓ ୧୬୯ ଭାରତୀୟ ଯାତ୍ରୀ ରହିଥିଲେ। ଦୁର୍ଘଟଣା ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଏ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସମସ୍ତ ପ୍ରକାରର ଅପରେସନକୁ ବନ୍ଦ କରାଯାଇଛି। ସମସ୍ତ ବିମାନ ଉଡ଼ାଣ ଓ ଅବତରଣ ଅସ୍ଥାୟୀ ରୂପେ ବାତିଲ ହୋଇଛି।

ଏହା ପରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏଥିସହିତ ଶାହା ପୋଲିସ କମିଶନରଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଶାହା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଯୁଦ୍ଧକାଳୀନ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.