ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଯୁକ୍ତ ୩ ନାମ ଲେଖା ପାଇଁ ଆସିଲା ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ଲିଷ୍ଟ

0

ଭୁବନେଶ୍ବର: ଚଳିତ ବର୍ଷର ଯୁକ୍ତ ୩ ନାମଲେଖା ପାଇଁ ଗୁରୁବାର ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। କଳା, ବିଜ୍ଞାନ ଓ ବାଣିଜ୍ୟର କଟ୍‌ଅଫ୍‌ ତାଲିକା ପ୍ରକାଶ ପାଇଛି। ସର୍ବାଧିକ କଟ୍‌ଅଫ୍‌ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ ରହିଛି।

କଳା ବିଭାଗରେ ରାଜନୀତି ବିଜ୍ଞାନରେ ସର୍ବାଧିକ ୯୨.୮୦ % କଟ୍‌ଅଫ୍‌। ପ୍ରାଣୀ ବିଜ୍ଞାନରେ ୯୪%, ପଦାର୍ଥ ବିଜ୍ଞାନରେ ୯୩.୬୭% । ବାଣିଜ୍ୟରେ ୯୦.୫୦ ପ୍ରତିଶତ କଟ୍‌ଅଫ୍‌ ମାର୍କ । ଯୁକ୍ତ ତିନି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଟ ୨ ଲକ୍ଷ ୭୪ ହଜାର ୫୦୯ ସିଟ୍‌ ଥିବା ବେଳେ ପ୍ରାୟ ୨ ଲକ୍ଷ ୬୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ୧ ଲକ୍ଷ ୭୫ ହଜାର ୭୨୨ ମେଧା ତାଲିକାରେ ସ୍ଥାନିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୭୦ ହଜାର ୭୪୫ ଜଣ ପୁଅ ଓ ୧ ଲକ୍ଷ ୪ ହଜାର ୯୬୭ ଝିଅ ମନୋନୀତ ହୋଇଛନ୍ତି। ସେହିପରି ବିଜ୍ଞାନରେ ମୋଟ ୪୫ ହଜାର ୮୫୫, କଳାରେ ୧ଲକ୍ଷ ୭ ହଜାର ୬୯ ଜଣ ଓ ବାଣିଜ୍ୟରେ ୧୬ ହଜାର ୨୦୫ ପ୍ରଥମ ପର୍ଯ୍ୟାୟରେ ସ୍ଥାନ ମନୋନୀତ ହୋଇଛନ୍ତି।
ସୂଚନା ଥାଉକି, ପ୍ରଥମ ପର୍ଯ୍ୟାୟରେ ୪ଟି ରାଉଣ୍ଡ୍‌ରେ ନାମ ଲେଖାଯିବ। ଏଥିପାଇଁ ଚୟନ ହୋଇଥିବା ଛାତ୍ରୀଛାତ୍ର ୧୨ରୁ ୧୭ତାରିଖ ମଧ୍ୟରେ ନାମଲେଖା ଫି’ ଜମା କରିବା ସହ ନାମଲେଖାଇ ପାରିବେ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ୨୨ ତାରିଖରେ ପ୍ରକାଶ ପାଇବ।

ଏହି ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରୀଛାତ୍ର ୨୫ ତାରିଖ ମଧ୍ୟରେ ଫି’ ଜମା କରି ନାମଲେଖାଇ ପାରିବେ। ସେହିପରି ଜୁଲାଇ ୧ରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ଓ ଚୟନ ହୋଇଥିବା ଛାତ୍ରୀଛାତ୍ର ୪ ତାରିଖ ସୁଦ୍ଧା ନାମଲେଖା ଫି’ ଜମା ସହ ନାମଲେଖାଇବେ। ଏହାପରେ ବଳକା ସିଟ୍‌ରେ ନାମଲେଖା ପାଇଁ ଚତୁର୍ଥ ପର୍ଯ୍ୟାୟ ଆବେଦନ ହେବ। ଏଥିପାଇଁ ପିଲାମାନେ ଜୁଲାଇ ୭ରୁ ୧୦ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ଆବେଦନ କରିବେ। ୧୨ ତାରିଖରେ ଇ-ସ୍ପେସ୍‌ରେ ମେଧା ତାଲିକା ପ୍ରକାଶ ପାଇବ ଓ ୧୩ ତାରିଖରେ ଚୟନ ହୋଇଥିବା ଉଚ୍ଚଶିକ୍ଷାନୁଷ୍ଠାନର ନୋଟିସ୍‌ ବୋର୍ଡରେ ତାଲିକା ପ୍ରକାଶ ପାଇବ। ସେମାନେ ୧୪ରେ ନାମଲେଖା ଫି’ ଜମା କରିବା ସହ ୧୫ରେ ନାମଲେଖାଇବେ। ଜୁଲାଇ ୧୦ରୁ +୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚୟନ ହୋଇଥିବା କଲେଜରେ ପଢ଼ିବା ପାଇଁ ଆଗ୍ରହୀ ଥିଲେ ଛାତ୍ରୀଛାତ୍ର ଫ୍ରିଜ୍‌ ଅପସନ୍‌ ଦେବେ। ଅନ୍ୟଥା ସ୍ଲାଇଡ୍‌ ବା ଫ୍ଲଟ୍‌ ଅପସନ୍‌ ଦେଇପାରିବେ। ଫ୍ରିଜ୍‌ ଅପସନ୍‌ ଦେଇଥିବା ଛାତ୍ରୀଛାତ୍ର କଲେଜକୁ ଯାଇ ନାମଲେଖାଇବେ। ସ୍ଲାଇଡ୍‌ ବା ଫ୍ଲଟ୍‌ ଅପସନ୍‌ ଦେଲେ କଲେଜକୁ ନ ଯାଇ କେବଳ ଅନ୍‌ଲାଇନ୍‌ରେ ଫି’ ଜମା କରିବେ।

Leave A Reply

Your email address will not be published.