ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ବିମାନ କ୍ରାସ ଘଟଣାରେ ୫ ଡାକ୍ତରୀ ଛାତ୍ର ମୃତ

0

ଅହମଦାବାଦ: ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୨୪୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏପରିକି ଦୁର୍ଘଟଣାରେ ୫ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ଜଣ UG ଡାକ୍ତରୀ ଛାତ୍ର ହୋଇଥିବା ବେଳେ ଜଣେ PG ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଆଉ କିଛି ଡାକ୍ତରୀ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ମଧ୍ୟାହ୍ନ ଭୋଜନ କରିବା ବେଳେ ଛାତରେ ବିମାନଟି ଖସି ପଡିଥିଲା।

କମିଶନର ଜିଏସ୍‌ ମଲିକ କହିଛନ୍ତି, ବିମାନ ଦୁର୍ଘଟଣାରୁ କେହି ବଞ୍ଚି ନାହାଁନ୍ତି ବୋଲି ମନେ ହେଉଛି। ସେ କହିଛନ୍ତି, ବିମାନଟି ଆବାସିକ ଅଞ୍ଚଳ ବିଜେ ମେଡିକାଲ କଲେଜ ହଷ୍ଟେଲ ଉପରେ ପଡ଼ିଥିବା ଫଟୋ ସାମ୍ନାକୁ ଆସିଥିବା ପ୍ରକାଶ କରିଛନ୍ତି।

ବର୍ତ୍ତମାନ, NDRFର ୩ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏହା ବ୍ୟତୀତ NDRFର ଦୁଇଟି ଟିମ ଭଦୋଦରାରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଛନ୍ତି। ଅହମ୍ମଦାବାଦର ସିଭିଲ ହସ୍ପିଟାଲ ପର୍ଯ୍ୟନ୍ତ ଏକ ଗ୍ରିନ କରିଡର ସୃଷ୍ଟି କରାଯାଇଛି। ଆହତମାନଙ୍କୁ ସେଠାରେ ଭର୍ତ୍ତି କରାଯାଉଛି। ଅହମ୍ମଦାବାଦର ମ୍ୟୁନିସିପାଲ କମିଶନର ଏବଂ ପୋଲିସ କମିଶନର ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।

Leave A Reply

Your email address will not be published.