ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଆଠ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ଥିବା ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

0

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ଶୁକ୍ରବାର ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ଦୁଇ ଏସିଏମ କ୍ୟାଡର ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ମାଲକାନଗିରି ପୁଲିସ। ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି ଓ ରାକେଶ ଓରଫ ସାନୁ କୁଞ୍ଜମ।

ମାଓବାଦୀ କେସା କୱାସିର ଘର ଛତିଶଗଡ଼ର ବସ୍ତର ଜିଲ୍ଲା ଦରବା ଥାନା ଅଞ୍ଚଳରେ ଏବଂ ସାନୁ କୁଞ୍ଜମ ଓରଫ ରାକେଶ ଛତିଶଗଡ଼ର ବିଜାପୁର ଜିଲ୍ଲା ଗାଙ୍ଗଲୁର ଥାନା ଅଞ୍ଚଳରେ ଥିବା ଜଣାପଡିଛି। ଉଭୟଙ୍କ ନିକଟରୁ ଗୋଟିଏ ପିସ୍ତଲ, ୬ ରାଉଣ୍ଡ ଗୁଳି, ଇଲେକ୍ଟ୍ରିକ୍ ଡିଟୋନେଟର୍, କୋଡେକ୍ସ ତାର, ଗନ ପାଉଡର୍, ୱାକିଟକି, ବ୍ଯାଟେରୀ, ମାଓବାଦୀ ପୁସ୍ତିକା ସମେତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ଜୁନ ୧୨ ତାରିଖ ବିଳମ୍ବିତ ରାତିରେ ମାଥିଲି ଥାନା ଅଧୀନ ସୋଡିଗୁଡ଼ା ଏବଂ ତେନ୍ତୁଲିଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରେ କିଛି ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ସେହି ଅନୁଯାୟୀ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସମ୍ପୃକ୍ତ ଜଙ୍ଗଲରେ ଚଢ଼ାଉ ଆରମ୍ଭ ହୋଇଥିଲା। ଆଜି ଭୋର ସମୟରେ ମାଓବାଦୀମାନେ ଉକ୍ତ ଜଙ୍ଗଲରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ଚଳାଇଥିଲେ।

ଆତ୍ମରକ୍ଷା ପାଇଁ ସୁରକ୍ଷା କର୍ମୀ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ଘଟଣାସ୍ଥଳରୁ କିଛି ମାଓବାଦୀ ଖସି ପଳାଇଥିବା ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ କେସ କାୱାସି ଓ ସାନୁ କୁଞ୍ଜମ ପୋଲିସ ହାବୁଡରେ ପଡିଯାଇଥିଲେ। ମାଓବାଦୀ କେସ କୱାସୀ ଏବଂ ସାନୁ କଞ୍ଜମ ବିଭିନ୍ନ ମାଓ ଘଟଣାରେ ସମ୍ପୃକ୍ତ ରହିଛି। କେସ କୱାସୀ ନାଁରେ କୋରାପୁଟ ଜିଲ୍ଲାର ବୈପାରୀଗୁଡା, କୁନ୍ଦ୍ରା ଥାନା, ମାଲକାନଗିରି ଜିଲ୍ଲାର ମାଥିଲି ଥାନାରେ ମାମଲାରେ ସମ୍ପୃକ୍ତି ରହିଛି। ସେହିପରି ରାକେଶ ଓରଫ ସାନୁ କୁଞ୍ଜାମ ନାଁରେ ମାଲକାନଗିରି ଜିଲ୍ଲାର ମାଥିଲି ଥାନାରେ ଥିବା ମାମଲାରେ ସମ୍ପୃକ୍ତି ରହିଛି।

Leave A Reply

Your email address will not be published.