ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଜଧାନୀରେ ଘରର ଝରକା ଭାଙ୍ଗି ସୁନା ଗହଣା ଲୁଟ୍

0

ଭୁବନେଶ୍ଵର: ରଜରେ ରାଜଧାନୀ ଭୁବନେଶ୍ୱର ନୀଳାଦ୍ରିବାହାର ଅଞ୍ଚଳର ଏକ ପରିବାର ପୁରୀ ବୁଲିବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଦେଲେ ଲୁଟେରା । ଦୁର୍ବୃତ୍ତମାନେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ଏବଂ ନଗଦ ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନାମୁତାବକ, ପରିବାର ଲୋକ ରଜ ପର୍ବ ପାଇଁ ପୁରୀରେ ଥିବା ସମୟରେ ଚୋରି ହୋଇଥିଲା। ଅଭିଯୁକ୍ତମାନେ ଝରକା ଭାଙ୍ଗି ଘରେ ପ୍ରବେଶ କରି ଲୁଟ୍ କରିଛନ୍ତି । ପରିବାର ଲୋକ ପୁରୀରୁ ଫେରିବା ପରେ ଚୋରି ହୋଇଥିବା ଜାଣିପାରିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଚନ୍ଦ୍ରଶେଖରପୁର ପୋଲିସ ଷ୍ଟେସନର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ନିକଟବର୍ତ୍ତୀ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

Leave A Reply

Your email address will not be published.