ପ୍ରମୁଖ ଖବର

୧୫୦ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଜି ବି ନବ ଦାସଙ୍କ ଘରେ ଚଢାଉ ଜାରି

0

ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଜି ବି ଆଇଟି ରେଡ୍‌ ଜାରି ରହିଛି। ଆଜକୁ ୩ ଦିନ ହେବ ହେବ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ ଚାଲିଛି। ସମ୍ବଲପୁରର ମୁଦିପଡ଼ା ଘର ସମେତ ୪ଟି ସ୍ଥାନରେ ରେଡ୍‌ ରହିଛି। ଘର ସମେତ ବ୍ୟବସାୟିକ ପ୍ରତିଷ୍ଠାନରେ ବି ଚଢ଼ାଉ ଚାଲିଛି।

କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। ନବଙ୍କ ପୁଅ ବିଶାଳ ଦାସଙ୍କ ବ୍ୟବସାୟିକ ସାମ୍ରାଜ୍ୟ ବାବଦରେ ଟିକନିକ ତଥ୍ୟ ହାସଲ କରିଛି ଆୟକର ବିଭାଗ। ବିଶାଳ ଦାସଙ୍କ ନାଁରେ ଭୂତ କମ୍ପାନି ରହିଛି କି ନାହିଁ ଆୟକର ବିଭାଗ ତାହାର ଯାଞ୍ଚ କରିଥିବା ସୂଚନା ମିଳିଛି। ଭିଏସଏସ ମାର୍ଗରେ ଥିବା ହୋଟେଲ ମାଣ୍ଡାରିନ, ଭାଲୁପାଲି ସ୍ଥିତ ଏକ ହୋଟେଲ ଓ ଅଇଁଠାପାଲି ସ୍ଥିତ ଏକ ମଲ୍‍ ଏବଂ ଶାନ୍ତି ନଗର ସ୍ଥିତ ସହଯୋଗୀଙ୍କ ଘରେ ଚଢାଉ ଜାରି ରହିଛି। ଚଢାଉ ନେଇ ଏଯାବତ ନବଙ୍କ ପରିବାରର ସଦସ୍ୟଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

Leave A Reply

Your email address will not be published.