ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଆଜି ବି ନବ ଦାସଙ୍କ ଘରେ ଚଢାଉ ଜାରି

0

ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଜି ବି ଆଇଟି ରେଡ୍‌ ଜାରି ରହିଛି। ଆଜକୁ ୩ ଦିନ ହେବ ହେବ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ ଚାଲିଛି। ସମ୍ବଲପୁରର ମୁଦିପଡ଼ା ଘର ସମେତ ୪ଟି ସ୍ଥାନରେ ରେଡ୍‌ ରହିଛି। ଘର ସମେତ ବ୍ୟବସାୟିକ ପ୍ରତିଷ୍ଠାନରେ ବି ଚଢ଼ାଉ ଚାଲିଛି।

କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। ନବଙ୍କ ପୁଅ ବିଶାଳ ଦାସଙ୍କ ବ୍ୟବସାୟିକ ସାମ୍ରାଜ୍ୟ ବାବଦରେ ଟିକନିକ ତଥ୍ୟ ହାସଲ କରିଛି ଆୟକର ବିଭାଗ। ବିଶାଳ ଦାସଙ୍କ ନାଁରେ ଭୂତ କମ୍ପାନି ରହିଛି କି ନାହିଁ ଆୟକର ବିଭାଗ ତାହାର ଯାଞ୍ଚ କରିଥିବା ସୂଚନା ମିଳିଛି। ଭିଏସଏସ ମାର୍ଗରେ ଥିବା ହୋଟେଲ ମାଣ୍ଡାରିନ, ଭାଲୁପାଲି ସ୍ଥିତ ଏକ ହୋଟେଲ ଓ ଅଇଁଠାପାଲି ସ୍ଥିତ ଏକ ମଲ୍‍ ଏବଂ ଶାନ୍ତି ନଗର ସ୍ଥିତ ସହଯୋଗୀଙ୍କ ଘରେ ଚଢାଉ ଜାରି ରହିଛି। ଚଢାଉ ନେଇ ଏଯାବତ ନବଙ୍କ ପରିବାରର ସଦସ୍ୟଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

Leave A Reply

Your email address will not be published.