ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ରଥଯାତ୍ରାରେ ପୁରୀକୁ ଗଡ଼ିବ ୩୬୫ ସ୍ବତନ୍ତ୍ର ଟ୍ରେନ

0

ପୁରୀ: ଜୁନ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ତୀର୍ଥଯାତ୍ରୀ ଏବଂ ପରିଦର୍ଶକ ମାନଙ୍କ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି। ରଥଯାତ୍ରା ୨୦୨୫ ସମୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ବ୍ୟତୀତ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଉଅଛି।

ଶ୍ରଦ୍ଧାଳୁଙ୍କୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ ସେବାଗୁଡ଼ିକ ରାଜ୍ୟର ବିଭିନ୍ନ ସ୍ଥାନରୁ ଚଳାଚଳ କରାଯିବାକୁ ଯୋଜନା କରାଯାଇଛି ଏବଂ ରଥଯାତ୍ରା ମହୋତ୍ସବର ପ୍ରମୁଖ ଦିନଗୁଡ଼ିକରେ ବିଶେଷ ଗୁରୁତ୍ୱ ଦିଆଯିବାକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଅଛି ଯାହା ରାଉରକେଲା, ବୀରମିତ୍ରପୁର, ବାଙ୍ଗିରିପୋଷି, ଜୁନାଗଡ଼ ରୋଡ୍, ବାଦାମପାହାଡ଼, ବୌଦ୍ଧ, ଜଗଦଲପୁର, ବାଲେଶ୍ୱର, ଅନୁଗୁଳ, ଗୁଣୁପୁର, ରାୟଗଡ଼ା, ପାରାଦୀପ, ଭଦ୍ରକ, କେନ୍ଦୁଝର, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ଭଦ୍ରକ, ସମ୍ବଲପୁର, ତାଳଚେର, କଟକ, ବ୍ରହ୍ମପୁର, ଢେଙ୍କାନାଳ, ବଡ଼ବିଲ, ପଲାସା ଏବଂ ବିଶାଖାପାଟଣା (ଆନ୍ଧ୍ର ପ୍ରଦେଶ), ଜଗଦଳପୁର ଓ ଗୋଣ୍ଡିଆ (ଛତିଶଗଡ଼) ଏବଂ ସାନ୍ତ୍ରାଗାଛି / କଲିକତା (ପଶ୍ଚିମବଙ୍ଗ) ସହିତ ଟ୍ରେନ ସେବା ସଂଯୋଗ କରିବ।

ଗୁଣ୍ଡିଚା ଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା ଏବଂ ସୁନାବେଶ ବ୍ୟତୀତ ରଥଯାତ୍ରା ମହୋତ୍ସବର ଅନ୍ୟ ଦିନଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି ଯେଉଁଥିରେ ରାଉରକେଲା, ବାଦାମପାହାଡ଼, ବୀରମିତ୍ରପୁର, ବାଙ୍ଗିରିପୋଷି, ବାଲେଶ୍ୱର, ବଡ଼ବିଲ, ଅନୁଗୁଳ, ପାରାଦୀପ, ଭଦ୍ରକ, କେନ୍ଦୁଝର, ପଲାସା, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ବଡ଼ବିଲ, ଜଗଦଳପୁର ଓ ଗୋଣ୍ଡିଆ (ଛତିଶଗଡ଼), ସନ୍ତ୍ରାଗାଛି (ପଶ୍ଚିମବଙ୍ଗ) ଏବଂ ପଲାସା ଓ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ବ୍ୟତୀତ ଅନ୍ୟାନ୍ୟ ସ୍ଥାନରୁ ଉତ୍ସର୍ଗୀକୃତ ସେବା ଉପଲବ୍ଧ ହେବ।

Leave A Reply

Your email address will not be published.