ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

0

ଭୁବନେଶ୍ବର: ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା ଯେ, ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ପ୍ରରିପେକ୍ଷିରେ ରାଜସ୍ବ ବିଭାଗ ପକ୍ଷରୁ ପୁନର୍ବାର ବାସହୀନଙ୍କୁ ଚିହ୍ନଟ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ବାସହୀନ ଚିହ୍ନଟ ପ୍ରକ୍ରିୟା ଶେଷହେବ।

ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚଳିତମାସ ୧୯ ତାରିଖରେ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାର ଏବେ ବାସହୀନଙ୍କୁ ଥଇଥାନ କରିବା ପାଇଁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ କେତେ ବାସହୀନ ରହିଛନ୍ତି, ସେମାନଙ୍କୁ ଚିହ୍ନଟ କରିବାର ଆବଶ୍ୟକ ରହିଛି। ଏହାପରେ ସେମାନଙ୍କୁ ‘ବସୁନ୍ଧରା’ରେ ସାମିଲ କରାଯିବ।

୨୦୨୪ ଅଗଷ୍ଟ ୧୬ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବାସହୀନଙ୍କ ସର୍ଭେ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ବାସହୀନଙ୍କ ସଂଜ୍ଞାରେ ଏକ ସଂଶୋଧନ କରାଯାଇଛି। ସଂଶୋଧନ ପରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ଜଣେ ବ୍ୟକ୍ତି ବାସହୀନ କହିଲେ, ଏକ ଏକର ଜମି (୧/୨୫ ପ୍ରତିଶତ)ରୁ କମ୍‌କୁ ବୁଝାଯିବ। ଯଦି ଅପେକ୍ଷିତ ଜମି ଉପଲବ୍ଧ ନାହିଁ, ତେବେ ଉପଲବ୍ଧତା ଅନୁଯାୟୀ ଭାଗବାଣ୍ଟି ହେବ।

ସେହିପରି ନିୟମ ୭(୩)ର ଅନୁଯାୟୀ, ବାସହୀନ ବ୍ୟକ୍ତିଙ୍କୁ ଯେଉଁ ଜମି ଦିଆଯିବ, ସେହି ଜମି ଉତ୍ତରାଧିକାରଯୋଗ୍ୟ କିନ୍ତୁ ବ୍ୟବହାରଯୋଗ୍ୟ ହୋଇପାରିବ ନାହିଁ। ବାସହୀନ ଚିହ୍ନଟ ସମ୍ପୂର୍ଣ୍ଣ ହେବାର ଅବଧି ୨୦୨୫, ୩୧ ଡିସେମ୍ବର ପର୍ଯ୍ୟନ୍ତ ରଖାଯାଇଛି। ଏହି ସମୟ ମଧ୍ୟରେ ନୂତନ ଚିହ୍ନଟ ଓ ପୁରୁଣା ତାଲିକାରେ ଥିବା ବ୍ୟକ୍ତିଙ୍କୁ ଜମି ବଣ୍ଟନ ପ୍ରକ୍ରିୟା ଚାଲୁରହିବ ବୋଲି ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.