ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ

0

ଭୁବନେଶ୍ବର: ପରଲୋକରେ ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି। ମୁଣ୍ଡରେ ଆଘାତ ଲାଗିବା କାରଣରୁ ହଠାତ୍ ଆଜି ଆକସ୍ମିକ ଭାବେ ତାଙ୍କର ପରଲୋକ ଘଟିଛି। ସେ ପ୍ରଥମେ ଓଡ଼ିଆ ସିନେମା ‘ସମର ସଲିମ୍ ସାଇମନ୍’ରେ ଅଭିନୟ କରିଥିଲେ। ସିନେମାର ଗୀତ ପାଇଁ ବେଶ ଚର୍ଚ୍ଚାରେ ରହିଥିଲା ସିନେମା ଟି।

ଏହା ପରେ ୧୯୯୪ ମସିହାରେ ପ୍ରଖ୍ୟାତ ପ୍ରଯୋଜକ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରସିଦ୍ଧ ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷେ ଶିବ ପୂଜି ପାଇଚି ପୁଅ’ ସିନେମାରେ ଅଭିନୟ କରି ଅଭିନେତା, ନିର୍ମାତା ତଥା ନିର୍ଦ୍ଦେଶକ ନାରାୟଣ ପତି ବେଶ ପ୍ରଂଶସା ସାଉଁଟି ଚର୍ଚ୍ଚାକୁ ଆସିଥିଲେ।
ନାରାୟଣ ପତି ଏକ ଓଡ଼ିଆ ସିନେମାର ବି ନିର୍ଦ୍ଦେଶନା ଦେଇଛନ୍ତି, ତାହା ହେଲା ‘ବୋଉର ହାତବାକ୍ସ’। ଓଡ଼ିଆ ଘରର କାହାଣୀ, ଚଳଣି ଓ ପରମ୍ପରାକୁ ନେଇ ପାରିବାରିକ ଚଳଚ୍ଚିତ୍ରଟିଏ ଥିଲା ‘ବୋଉର ହାତବାକ୍ସ। ସଂଜୟ ଦାସଙ୍କ ନିବେଦିତ ତଥା ଚାଇରୋସନା ଫିଲ୍ମସ୍ ପ୍ରଡକ୍ସନ୍ ବ୍ୟାନର୍ରେ ନିର୍ମିତ ଆରତୀ ପାଟ୍ଟଯୋଶୀ ଏହାର କାହାଣୀ ଲେଖିଥିବା ବେଳେ ନାରାୟଣ ପତି ନିଜେ ଚିତ୍ରନାଟ୍ୟ ରଚନା ସାଙ୍ଗକୁ, ନିର୍ଦ୍ଦେଶନା ଦେବା ସହ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ବି ଅଭିନୟ କରିଥିଲେ।

ଆଗକୁ ବ୍ୟାସକବି ଫକୀରମୋହନ ସେନାପତିଙ୍କ କାଳଜୟୀ ସାହିତ୍ୟକୃତି ‘ଡାକମୁନସୀ’ ଉପରେ ଏକ ଓଡ଼ିଆ ସିନେମା ନିର୍ମାଣ କରିବାକୁ ସେ ଯୋଜନା କରିଥିଲେ। ଏନେଇ ସିନେମାର କଳାକାର ଚୟନ ଚାଲିଥିବା ବେଳେ ନାରାୟଣ ପତିଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ଓଡିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିବାକୁ ତାଙ୍କ ବାସଭବନରେ ବହୁ ସିନେ ତାରକାଙ୍କ ଭିଡ ଲାଗିଛି।

Leave A Reply

Your email address will not be published.