ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଏଫଏମ୍‌ କଲେଜ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି

0

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଚିକିତ୍ସିତ ବାଲେଶ୍ୱର ଫକିର ମୋହନ କଲେଜ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏମ୍ସ ସମାବର୍ତ୍ତନ ଉତ୍ସବ ପରେ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍‌କୁ ଯାଇ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବର୍ଣ୍ଣ ୟୁନିଟରେ ପୀଡ଼ିତାଙ୍କୁ ସାକ୍ଷାତ କରିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।
ଅନ୍ୟପଟେ, ପୀଡ଼ିତା ଛାତ୍ରୀଙ୍କ ମାଆ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ସିସିଟିଭିରେ ଦେଖିଲୁ ନିଆଁ ଜଳୁଛି, ଛୁଆ ମୋର ଦୌଡ଼ି ଦୌଡ଼ି ଆସିଲା। ତେଣୁ ମୁଁ ଭାବୁଛି ସାର୍‌ ନିଆଁ ଲଗାଇ ଦେଇଛନ୍ତି। ପ୍ରିନ୍ସିପାଲ, HOD ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ମାରିବାକୁ ଚେଷ୍ଟା କରିଛନ୍ତି। ତେଣୁ ଆମେ ଚାହୁଁଛୁ ସେମାନଙ୍କୁ ଫାଶିଦଣ୍ଡ ମିଳିବା ଦରକାର ବୋଲି ପୀଡିତାଙ୍କ ମାଆ ଦାବି କରିଛନ୍ତି।

ସେ ଆହୁରି କହିଛନ୍ତି, ମୋ ଝିଅକୁ ଫେଭର ମାଗିବା କଥା ବହୁ ବିଳମ୍ବରେ ଜାଣିଲୁ। ସେ ସବୁ କଥା ମନରେ ଚାପି ରଖେ, ଘରେ ପ୍ରକାଶ କରେନି। ଶହ ଶହ ଝିଅଙ୍କ ଜୀବନ ନଷ୍ଟ ପାଇଁ ପ୍ଲାନ୍‌ କରୁଥିଲେ । ମୋ ଝିଅ ପ୍ରତିବାଦ କରିବାରୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ।
ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବାଲେଶ୍ବର ଏଫଏମ୍‌ କଲେଜ ଛାତ୍ରୀ। ବର୍ଣ୍ଣ ୱାର୍ଡରେ ଚାଲିଛି ଗୁରୁତର ଛାତ୍ରୀଙ୍କ ଚିକିତ୍ସା। ପୀଡ଼ିତା ଛାତ୍ରୀଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା ଚାଲିଛି । ବର୍ତ୍ତମାନ ଚିକିତ୍ସାରେ ନିୟୋଜିତ ଅଛନ୍ତି ୧୨ ଜଣିଆ ଡାକ୍ତରୀ ଟିମ୍‌। ପୀଡିତାଙ୍କ ବର୍ତ୍ତମାନ ଡାଏଲିସିସ ଚାଲିଛି । ଏମ୍ସ ଦିଲ୍ଲୀର ସହାୟତାରେ ପୀଡିତାଙ୍କ ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଜଟିଳ ରହିଥିବା କହିଛନ୍ତି ଏମ୍ସ ଡାକ୍ତରୀ ଟିମ୍।

ଅନ୍ୟପଟେ ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ବିସ୍ତୃତ ରିପୋର୍ଟ ମାଗିଲେ ରାଜ୍ୟପାଳ ହରିବାବୁ କମ୍ଭମପତି । କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ବୋଲି ପଚାରିଲେ ରାଜ୍ୟପାଳ । ଘଟଣାକୁ ନେଇ ନିଆଯାଇଥିବା ତ୍ବରିତ ପଦକ୍ଷେପ ସଂପର୍କରେ ମଧ୍ୟ ଜାଣିବାକୁ ଚାହିଁଛନ୍ତି ରାଜ୍ୟପାଳ ।

Leave A Reply

Your email address will not be published.