ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ

0

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ। କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା ବନ୍ଦ ଡାକରା। ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ବିରୋଧ କରି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ମିଳିତ ବିରୋଧୀ ଦଳ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

ପିସିସ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇ କହିଛନ୍ତି ଯେ, ଏସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ବନ୍ଦ ରହିବ ଗାଡ଼ି ମୋଟର ଚଳାଚଳ। ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବାକୁ ଘୋଷଣା କରିଛି କଂଗ୍ରେସ। ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଅପିଲ୍ କରିଛନ୍ତି ୭ଟି ରାଜନୈତିକ ଦଳ। ଏନେଇ ମିଳିତ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। କେବଳ ଜରୁରୀ ସେବାକୁ ଛାଡିଲେ ଆଉ ସବୁ ବନ୍ଦ ରହିବ। ଆଜି ସବୁ ସହରରେ କ୍ୟାଣ୍ଡଲ ଲାଇଟ୍ ଜାଳି ଆମର ଆତ୍ମାର ସଦ୍ଗତି କାମନା କରିବେ। ଏଥିରେ ବାମପନ୍ଥୀ ଦଳ ଓ ଏନସିପି ସାମିଲ ହୋଇଛନ୍ତି। ବିଜେପି ଦଳ ଶାସନକୁ ଆସିବାପରେ କାହାରି କଥା ଶୁଣୁନାହାନ୍ତି। ଏସରକାର ନୈତିକ ଦୃଷ୍ଟିରୁ ଶାସନରୁ ଓହରିଯିବା ଦରକାର। ଯାହାକୁ ଘୋର ବିରୋଧ କରିବୁ ବୋଲି କହିଛନ୍ତି ପିସିସି ସଭାପତି।

Leave A Reply

Your email address will not be published.