ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଆଜି ଦିନକ ପାଇଁ ଏଫଏମ୍ କଲେଜ ବନ୍ଦ ଘୋଷଣା

0

ବାଲେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ଆଜି ଦିନକ ପାଇଁ ଏଫଏମ୍ କଲେଜ ବନ୍ଦ ଘୋଷଣା। ସସପେଣ୍ଡ ହେଲା କ୍ଲାସ୍‌। ଆଡମିଶନ ନକରି ଫେରିଲେ ଛାତ୍ରଛାତ୍ରୀ। ଯୁକ୍ତ ୩ ଆଡମିଶନ ଚାଲିଥିବାରୁ ନିରାଶ ହୋଇ ଫେରିଲେ ଛାତ୍ରଛାତ୍ରୀ। ଆଡମିଶନ୍‌ ପାଇଁ ଆଉ ଏକ ଡେଟ୍ ମିଳିବ କହିଲେ ପ୍ରିନ୍ସିପାଲ।

ଏହି ଘଟଣାକୁ ନେଇ ସରକାରୀ ସ୍ତରରେ ବଡ଼ ବୈଠକ ଚାଲିଛି। ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଏକାଧିକ ବିଧାୟକଙ୍କୁ ନେଇ ବୈଠକ ଚାଲିଛି। ଲୋକସେବା ଭବନରେ ଆରମ୍ଭ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଅନ୍ୟପଟେ ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ରାଜ୍ୟ ରାଜନୀତି ହୁଲୁସ୍ତୁଲ। ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ଚାଲିଛି। ବାରିପଦା ଓ ଜୟପୁରରେ ଛାତ୍ର ବିଜେଡି ପକ୍ଷରୁ ପ୍ରତିବାଦ କରାଯିବା ସହ ରାସ୍ତାରୋକ କରାଯାଇଛି।

ସେପଟେ ଏହି ଘଟଣା ଏଫଏମ୍ କଲେଜ୍‌ କମିଟିକୁ ଦାୟୀ କଲେ ସୌମ୍ୟାଶ୍ରୀଙ୍କ ମାଆ। ସୌମ୍ୟାଙ୍କ ମାଆଙ୍କ କହିବା କଥା ହେଲା କମିଟି ଠିକ୍‌ ରିପୋର୍ଟ ଦେଲାନି, ସେମାନେ ସମସ୍ତେ ମିଶିକି ମାରିଦେଲେ। ପ୍ରିନ୍ସିପାଲ କିମ୍ବା HOD ରୁମ୍‌ ଭିତରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ। ମୋ ଛୁଆ ସେପରି କେବେ କରିବନି, ସେ ପୂରା ବିଶ୍ବାସୀ। ଯେଉଁମାନେ କମିଟିରେ ଥିଲେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ଆଉ ଗୋଟିଏ ବର୍ଷ ପଢ଼ିଥିଲେ, କ୍ୟାରିୟର କରିଥାନ୍ତା। ସରକାରଙ୍କ ଉପରେ ପୂରା ଭରସା ଅଛି, କାର୍ଯ୍ୟାନୁଷ୍ଠାନ ଆଶା ରଖିଛୁ ବୋଲି କହିଲେ ସୌମ୍ୟାଶ୍ରୀଙ୍କ ମାଆ।

Leave A Reply

Your email address will not be published.