ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ହତ୍ୟା

0

ଛତିଶଗଡ଼: ଛତିଶଗଡ଼ରେ ପୁଣି ଥରେ ମାଓବାଦୀ ହିଂସା ଦେଖିବାକୁ ମିଳିଛି। ପୁଲିସ ସୂଚନାଦାତା ସନ୍ଦେହରେ ଦୁଇଜଣ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ। ଛତିଶଗଡ଼ ବିଜାପୁର ଜିଲ୍ଲା ୨ଟି ଭିନ୍ନ ଗାଁରେ ନୃଶଂସ ହତ୍ୟାକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା ନେଇ ପୋଷ୍ଟର ଛାଡ଼ିଲେ ମାଓବାଦୀ। ମୃତ ଶିକ୍ଷକ ଦୁଇଜଣ ହେଲେ ବୁଧରାମ କାଡିୟମ ଏବଂ ରାମଶଙ୍କର ଯାଦବ। ସେମାନେ ରେମାୱଣ୍ଡ ଗାଁର ସରକାରୀ ସ୍କୁଲରେ ଶିକ୍ଷକତା କରୁଥିଲେ।

ସୂଚନା ଅନୁଯାୟୀ, ଦୁହେଁ ସ୍କୁଲରୁ ଫେରୁଥିବା ବେଳେ ମାଓବାଦୀମାନେ ସେମାନଙ୍କୁ ଅପହରଣ କରି ନେଇଥିଲେ। ପରେ ଗାଁ ନିକଟରେ ଥିବା ଏକ ରାସ୍ତା କଡ଼ରୁ ସେମାନଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା। ମାଓବାଦୀମାନେ ଘଟଣାସ୍ଥଳରେ ପୋଷ୍ଟର ଛାଡିଯାଇଛନ୍ତି, ଯେଉଁଥିରେ ସେମାନେ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ ଏହି ଦୁଇ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।

ଏହି ଘଟଣା ପରେ ପୋଲିସ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରେ ଏହି ଘଟଣାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି।

Leave A Reply

Your email address will not be published.