ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ ଓ ସହଯୋଗୀ

0

ଖୋର୍ଦ୍ଧା: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାରେ ଥିବା ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟର ଜଣେ କନିଷ୍ଠ କ୍ଲର୍କ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛନ୍ତି।

ସୁକାନ୍ତ କୁମାର ସିଂହ ନାମକ କନିଷ୍ଠ କ୍ଲର୍କ ପଞ୍ଜିକୃତ ଟ୍ରଷ୍ଟ ଡିଡ୍ ହସ୍ତାନ୍ତର କରିବା ପାଇଁ ଏକ ଟ୍ରଷ୍ଟ ବୋର୍ଡର ଜଣେ କର୍ମକର୍ତ୍ତାଙ୍କଠାରୁ ବେଆଇନ ଭାବେ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ଅଭିଯୋଗକାରୀ ୭ ଜୁଲାଇରେ ତାଙ୍କୁ ୧୫୦୦ ଟଙ୍କା ଲାଞ୍ଚ ଆକାରରେ ଦେଇଥିଲେ। କିନ୍ତୁ ସେ ଡିଡ୍ ହସ୍ତାନ୍ତର କରିବା ପାଇଁ ଆଉ ୨,୫୦୦ ଟଙ୍କା ଦାବି କରିଥିଲେ। ଯାହା ପରେ ସେ ଭିଜିଲାନ୍ସକୁ ଜଣାଇଥିଲେ।

ଅଭିଯୋଗ ପରେ ଭିଜିଲାନ୍ସ କର୍ତ୍ତୃପକ୍ଷ ଏକ ଜାଲ ବିଛାଇଥିଲେ। କନିଷ୍ଠ କ୍ଲର୍କ ଏବଂ ତାଙ୍କ ସହଯୋଗୀ ମହେନ୍ଦ୍ର ସାହୁଙ୍କୁ ଟଙ୍କା ଗ୍ରହଣ କରିବା ସମୟରେ ଧରିଥିଲେ ଟିମ୍। ଏନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ସୁକାନ୍ତଙ୍କ ପାଖରେ ଆୟବହିର୍ଭୁତ ସମ୍ପତି ଅଛି କି ନାହିଁ ତାହା ଜାଣିବା ପାଇଁ ତାଙ୍କ ସହିତ ଜଡିତ ଦୁଇଟି ସ୍ଥାନରେ ଚଢାଉ କରାଯାଉଛି।

Leave A Reply

Your email address will not be published.