ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ସ୍ନାତକ ପାଠ୍ୟକ୍ରମ ସ୍ପଟ୍‌ ନାମଲେଖା ଅବଧି ଜୁଲାଇ ୧୯କୁ ବଢ଼ିଲା

0

ଭୁବନେଶ୍ବର: ରାଜ୍ୟର ଉଚ୍ଚ ଶିକ୍ଷା ବିଭାଗ ସ୍ନାତକ ପାଠ୍ୟକ୍ରମ ପାଇଁ ସ୍ପଟ ନାମଲେଖା ଅବଧିକୁ ବୃଦ୍ଧି କରିଛି। ପୂର୍ବରୁ ବୁଧବାର ସରିବାକୁ ଥିବା ଏହି ନାମଲେଖା ଅବଧିକୁ ଜୁଲାଇ ୧୯ ତାରିଖ ଯାଏଁ ବଢ଼ାଯାଇଛି। ପ୍ରେସ୍‌ ରିଲିଜ ଜରିଆରେ ସୂଚନା ଜାରି କଲା ଉଚ୍ଚ ଶିକ୍ଷା ବିଭାଗ।

ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ (SAMS) ମାଧ୍ୟମରେ ଏହି ବର୍ଦ୍ଧିତ ସମୟ ମଧ୍ୟରେ ନାମଲେଖା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଛାତ୍ରଛାତ୍ରୀମାନଙ୍କୁ ଅଧିକ ସମୟ ପ୍ରଦାନ କରିବ। ନାମଲେଖା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ SAMS ପୋର୍ଟାଲ (https://samsodisha.gov.in) ମାଧ୍ୟମରେ ଆବଶ୍ୟକ ତଥ୍ୟ ଏବଂ ନିର୍ଦ୍ଦେଶ ପାଇପାରିବେ। ତେବେ ଅଧିକ ସୂଚନା ପାଇଁ ଉଚ୍ଚ ଶିକ୍ଷା ବିଭାଗର ଅଫିସିଆଲ ପୋର୍ଟାଲ କିମ୍ବା SAMS ଓ୍ୱେବସାଇଟ ଚେକ୍ କରନ୍ତୁ।

Leave A Reply

Your email address will not be published.