ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସ୍ନାତକ ପାଠ୍ୟକ୍ରମ ସ୍ପଟ୍‌ ନାମଲେଖା ଅବଧି ଜୁଲାଇ ୧୯କୁ ବଢ଼ିଲା

0

ଭୁବନେଶ୍ବର: ରାଜ୍ୟର ଉଚ୍ଚ ଶିକ୍ଷା ବିଭାଗ ସ୍ନାତକ ପାଠ୍ୟକ୍ରମ ପାଇଁ ସ୍ପଟ ନାମଲେଖା ଅବଧିକୁ ବୃଦ୍ଧି କରିଛି। ପୂର୍ବରୁ ବୁଧବାର ସରିବାକୁ ଥିବା ଏହି ନାମଲେଖା ଅବଧିକୁ ଜୁଲାଇ ୧୯ ତାରିଖ ଯାଏଁ ବଢ଼ାଯାଇଛି। ପ୍ରେସ୍‌ ରିଲିଜ ଜରିଆରେ ସୂଚନା ଜାରି କଲା ଉଚ୍ଚ ଶିକ୍ଷା ବିଭାଗ।

ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ (SAMS) ମାଧ୍ୟମରେ ଏହି ବର୍ଦ୍ଧିତ ସମୟ ମଧ୍ୟରେ ନାମଲେଖା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଛାତ୍ରଛାତ୍ରୀମାନଙ୍କୁ ଅଧିକ ସମୟ ପ୍ରଦାନ କରିବ। ନାମଲେଖା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ SAMS ପୋର୍ଟାଲ (https://samsodisha.gov.in) ମାଧ୍ୟମରେ ଆବଶ୍ୟକ ତଥ୍ୟ ଏବଂ ନିର୍ଦ୍ଦେଶ ପାଇପାରିବେ। ତେବେ ଅଧିକ ସୂଚନା ପାଇଁ ଉଚ୍ଚ ଶିକ୍ଷା ବିଭାଗର ଅଫିସିଆଲ ପୋର୍ଟାଲ କିମ୍ବା SAMS ଓ୍ୱେବସାଇଟ ଚେକ୍ କରନ୍ତୁ।

Leave A Reply

Your email address will not be published.