ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପୁଣି ଛାତ୍ରୀଙ୍କୁ ନିର୍ଯ୍ୟାତନା

0

ସମ୍ବଲପୁର: ବହୁଚର୍ଚ୍ଚିତ ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲା ଥମିନଥିବାବେଳେ ପୁଣି ଥରେ ଛାତ୍ରୀ ନିର୍ଯ୍ୟାତନାର ଖବର ସାମ୍ନାକୁ ଆସିଛି। ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯାଇଥିବା ସୂଚନା ମିଳିଛି। ଅଭିଯୋଗ କୁ ଆଧାର କରି ମହିଳା ଥାନା ସମ୍ପୃକ୍ତ ଅଧ୍ୟାପକଙ୍କୁ ଗିରଫ କରିଛି।

ଘଟଣାଟି ହେଉଛି ସମ୍ବଲପୁରର ଗୋଟିଏ ପ୍ରତିଷ୍ଠିତ କଲେଜ ଗଙ୍ଗାଧର ମେହେର ବିଶବିଦ୍ୟାଳୟ(ଜିଏମୟୁ)। ଯେଉଁଠି ଜଣେ ଛାତ୍ରୀ ର୍ନିଯାତନା ଅଭିଯୋଗ ଆଣିଛନ୍ତି। ନିଜ କଲେଜର ହିଁ ଅଧ୍ୟାପକଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଗିରଫ ଅଭିଯୁକ୍ତ ହେଲେ ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା। ବିବାହ ପ୍ରତିଶ୍ରୁତି ଦେଇ ସେ ଛାତ୍ରୀଙ୍କୁ ର୍ନିଯାତନା ଦେଇଥିବା ଅଭିଯୋଗ ଆସିଛି । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ। ଛାତ୍ରୀ ଜଣଙ୍କ ଇଣ୍ଟିଗ୍ରେଟେଡ ବିଏଡ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ। ତେବେ ଅଭିଯୋଗ ଆଧାରରେ ଅଧ୍ୟାପକଙ୍କୁ ଗିରଫ କରିଛି ମହିଳା ଥାନା। ଅଧ୍ୟାପକ ଗିରଫ ନେଇ ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସପି।

ସୂଚନାଥାଉ କି, ବରଗଡ଼ ଜିଲା ବୁଡେନ ଥାନା ଅନ୍ତର୍ଗତ ଦହିତା ଗ୍ରାମର ମୂଳ ନିବାସୀ ପ୍ରଫେସର ସୁନା ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ବିବାହ ପାଇଁ ମନା କରି ଦେଇଥିଲେ ବୋଲି ପୀଡ଼ିତା ଛାତ୍ରୀ ଗତ ୧୬ ତାରିଖ ବୁଧବାର ସମ୍ବଲପୁର ମହିଳା ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲା ଆଧାରରେ ମହିଳା ଥାନା କେସ ନମ୍ବର ୫୬/୨୦୨୫ରେ ଭାରତୀୟ ନ୍ୟାୟ ସଂହିତା ଦଫା ୬୯ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ପୋଲିସ ପ୍ରଫେସର ସୁନାଙ୍କୁ ସମ୍ବଲପୁର ପ୍ରଫେସର କଲୋନୀସ୍ଥିତ ତାଙ୍କ ସରକାରୀ ବାସଭବନରୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.