ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ରାୟଗଡା: ଗୁଣୁପୁରରେ ଅଭାବନୀୟ ଘଟଣା ଘଟିଛି। ଗୁଣୁପୁର ଗାନ୍ଧି ଇଞ୍ଜିନିୟରିଂ କଲେଜର ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରଙ୍କର ମୃତଦେହ ଉଦ୍ଧାର ହୋଇଛି। ଛାତ୍ର ଜଣକ ବାୟୋଟେକ୍ ଦ୍ଵିତୀୟ ବର୍ଷରେ ପଢୁଥିଲେ।

ଗୁଣୁପୁର ଗାନ୍ଧି ଇଞ୍ଜିନିୟରିଂ କଲେଜରେ ପୁଣି ଜଣେ ଛାତ୍ରର ଆତ୍ମହତ୍ୟା। ଏନସି – ୭ ହଷ୍ଟେଲ ବ୍ଲକ୍ ନଂ ୧୨ ଡିଆର୍ ନଂ ୨ ରୁମ୍ ରେ ରହୁଥିଲେ ଛାତ୍ର ଜଣକ । ଆଜି ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣକ ବାଲେଶ୍ବର ଜିଲ୍ଲା ସୋର ଗ୍ରାମର ହିମାଂସୁ ହୋତା । ସେ ବାୟୋଟେକନିକ ବିଭାଗ ଦ୍ବିତୀୟ ବର୍ଷର ଛାତ୍ର ଥିଲେ । ଘଟଣାସ୍ଥଳରେ ଗୁଣୁପୁର ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ପ୍ରେମଜନିତ ଆତ୍ମହତ୍ୟା ନେଇ ସନ୍ଦେହ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଚଳାଇଛି ପୋଲିସ୍।

Leave A Reply

Your email address will not be published.