ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଦୋଷୀଙ୍କୁ ତୁରନ୍ତ ଗିରଫ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଉପମୁଖ୍ୟମନ୍ତ୍ରୀ

0

ପୁରୀ: ପୁରୀ ଜିଲା ଅଞ୍ଚଳ, ବଳଙ୍ଗା ଥାନା ବାୟାବର ଗାଁରେ ନାବାଳିକାକୁ ନିଆଁ ଲଗାଇଦେବା ଘଟଣାରେ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏବଂ କହିଛନ୍ତି ଏହି ଖବର ଶୁଣି ମୁଁ ବ୍ୟଥିତ ଓ ମର୍ମାହତ। ପୀଡିତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସରକାର ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବେ। ଘଟଣାରେ ଯିଏ ଦୋଷୀ , ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଯୁକ୍ତ ଦୁଇରେ ପାଠ ପଢୁଥିବା ଛାତ୍ରୀ ଜଣଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ୩ଜଣ ଦୁର୍ବୃତ୍ତ ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ନାବାଳିକା ଛାତ୍ରୀକୁ ପିପିଲି ମେଡିକାଲରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଉଛି । ବଳଙ୍ଗା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି । ତେବେ ନାବାଳିକାଙ୍କ ଉପରେ କିଏ ଓ କାହିଁକି ନିଆଁ ଲଗାଇ ଦେଇଥିଲେ ସେନେଇ ତନାଘନା ଆରମ୍ଭ ହୋଇଛି ।

Leave A Reply

Your email address will not be published.