ପ୍ରମୁଖ ଖବର

ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଗିରଫ
ପୁଲିସ୍ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ
କଲେଜ ଉପରେ ଖସିପଡ଼ିଲା ବିମାନ: ୧ ମୃତ, ଏକାଧିକ ଆହତ
୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ଘଟଣାରେ ସମସ୍ତ ୧୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ
ଖୋଲାରେ ପେଟ୍ରୋଲ ନଦେବାକୁ ସଂଘର ନିଷ୍ପତ୍ତି : ସରକାର ଡାକିଲେ ବୈଠକ
ରେଭେନ୍ସାରେ ରାଗିଂ :୧୦ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ
ପୂଜାରୀଙ୍କ ବିରୋଧରେ ଅଭିଯୋଗ
ଟଙ୍କା ନଦେଲେ ଜଳାଭିଷେକ କରିପାରିବନି ଭକ୍ତ
ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ଘଟଣାରେ ସମସ୍ତ ୧୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

0

ମୁମ୍ବାଇ: ସୋମବାର ବମ୍ବେ ହାଇକୋର୍ଟ ୨୦୦୬ ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏହି ରାୟ ଅନୁଯୟୀ ସମସ୍ତ ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ବୋମ୍ବେ ହାଇକାର୍ଟ। ଏହି ନିଷ୍ପତ୍ତି ଜଷ୍ଟିସ୍ ଅନିଲ କିଲୋର ଏବଂ ଜଷ୍ଟିସ୍ ଏସ୍.ଜି ଚାଣ୍ଡକଙ୍କ ଖଣ୍ଡପୀଠ ଶୁଣାଇଛନ୍ତି। ଏହି ମାମଲାରେ ମୋଟ ୧୨ ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ତଳ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ, ଯେଉଁଥିରୁ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଏବଂ ୭ ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି, ତେଣୁ ୧୧ ଜଣ ଅଭିଯୁକ୍ତ ଅଛନ୍ତି, ଯେଉଁମାନେ ଏବେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

ସୂତ୍ର ଅନୁଯାୟୀ, ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ଚଳିତ ବର୍ଷ ଜାନୁଆରୀରେ ସମାପ୍ତ ହୋଇଥିଲା। ଯାହା ପରେ ନିଷ୍ପତ୍ତି ସଂରକ୍ଷିତ ରଖାଯାଇଥିଲା। ଦୋଷୀମାନେ ୟେରୱଡା, ନାସିକ, ଅମରାବତୀ ଏବଂ ନାଗପୁର ଜେଲରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ଉପସ୍ଥିତ ଥିଲେ।

ରାୟ ପ୍ରଦାନ କରିବା ସମୟରେ, କୋର୍ଟ କହିଥିଲେ ଯେ ସରକାରୀ ପକ୍ଷ ଯୁକ୍ତିଯୁକ୍ତ ସନ୍ଦେହ ବାହାରେ ମାମଲାକୁ ପ୍ରମାଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। କୋର୍ଟ ପ୍ରାୟ ସମସ୍ତ ପବ୍ଲିକ ପ୍ରସିକ୍ୟୁସନ ସାକ୍ଷୀଙ୍କ ବୟାନକୁ ଅବିଶ୍ୱସନୀୟ ବୋଲି ପାଇଛନ୍ତି। ହାଇକୋର୍ଟଙ୍କ ଅନୁଯାୟୀ, ବିସ୍ଫୋରଣର ପ୍ରାୟ ୧୦୦ଦିନ ପରେ, ଟ୍ୟାକ୍ସି ଡ୍ରାଇଭର କିମ୍ବା ଟ୍ରେନ ଯାତ୍ରୀମାନେ ଅଭିଯୁକ୍ତଙ୍କୁ ମନେ ରଖିବାର କୌଣସି କାରଣ ନଥିଲା। ବୋମା, ବନ୍ଧୁକ, ମାନଚିତ୍ର ଇତ୍ୟାଦି ପ୍ରମାଣର ଉଦ୍ଧାର ବିଷୟରେ କୋର୍ଟ କହିଛନ୍ତି ଯେ ଏହି ପୁନରୁଦ୍ଧାର ସାମଗ୍ରୀ ଗୁଡ଼ିକ ଅପ୍ରାସଙ୍ଗିକ ଏବଂ ମାମଲାର ଅପରିହାର୍ଯ୍ୟ ନୁହେଁ କାରଣ ଅଭିଯୋଗକାରୀ ବିସ୍ଫୋରଣରେ ବ୍ୟବହୃତ ବୋମାର ପ୍ରକାର ଚିହ୍ନଟ କରିବାରେ ବିଫଳ ହୋଇଥିଲେ।

ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ବିଜେପି ନେତା କିରିଟ ସୋମୈୟା କହିଛନ୍ତି ଯେ ହାଇକୋର୍ଟର ନିଷ୍ପତ୍ତିରେ ସେ ଗଭୀର ଦୁଃଖିତ ଏବଂ ମର୍ମାହତ। ମୁଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଏହି ମାମଲାର ତଦନ୍ତ ପାଇଁ ଏକ ନୂତନ ଦଳ ଗଠନ କରିବାକୁ ଏବଂ ସୁପ୍ରିମକୋର୍ଟକୁ ଯିବାକୁ ନିବେଦନ କରିଛି। ମୁମ୍ବାଇର ଲୋକମାନଙ୍କୁ ନ୍ୟାୟ ମିଳିବା ଉଚିତ ଏବଂ ଆତଙ୍କବାଦୀମାନଙ୍କୁ ଦଣ୍ଡ ମିଳିବା ଉଚିତ।

୨୦୦୬ ମସିହାରେ ହୋଇଥିବା ଏହି ବଡ଼ ବୋମା ବିସ୍ଫୋରଣରେ, ମୁମ୍ବାଇ ଲୋକାଲ୍ ଟ୍ରେନରେ ସାତଟି ସ୍ଥାନରେ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୮୯ ଜଣ ପ୍ରାଣ ହରାଇଥିଲେ ଏବଂ ୮୨୪ ଜଣ ଆହତ ହୋଇଥିଲେ। ଏହି ମାମଲାରେ, ୨୦୧୫ ମସିହାରେ, ସ୍ୱତନ୍ତ୍ର କୋର୍ଟ ମୋଟ ୧୨ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଯେଉଁଥିରୁ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଏବଂ ୭ ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ଯେଉଁମାନେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିଲେ ସେମାନଙ୍କ ମଧ୍ୟରେ ମହମ୍ମଦ ଫୈସଲ ଶେଖ, ଏହତେଶାମ ସିଦ୍ଦିକି, ନବଦ ହୁସେନ୍ ଖାନ୍, ଆସିଫ୍ ଖାନ୍ ଏବଂ କମଲ ଅନସାରୀ ରହିଥିଲେ। ଅଭିଯୁକ୍ତ କମଲ ଅନସାରୀଙ୍କର ୨୦୨୨ ମସିହାରେ କୋଭିଡ-୧୯ ଯୋଗୁଁ ଜେଲରେ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.