ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସବୁ ଗ୍ରାମ ପଞ୍ଚାୟତରେ ହେବ ଆୟୁଷମାନ ଆରୋଗ୍ୟ ମନ୍ଦିର

0

ଭୁବନେଶ୍ବର: କଟକ ଏସସିବି ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପପିଟାଲ ଭଳି ବଡ଼ ଡାକ୍ତରଖାନାଗୁଡ଼ିକରୁ ଚାପ କମାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ବଡ ପଦକ୍ଷେପ ନେଇଛି। ଏନେଇ ଆଗକୁ ସବୁ ଗ୍ରାମ ପଞ୍ଚାୟତ ଗୁଡିକରେ ଆୟୁଷମାନ ଆରୋଗ୍ୟ ମନ୍ଦିର ଖୋଲାହେବ।

ଏହା ପ୍ରାଇମେରୀ ହେଲଥ ସେଣ୍ଟର ପରି ଏହା କାମ କରିବ। ସେଥିରେ CHO ଏବଂ ଦୁଇ ଜଣ ଷ୍ଟାଫ ରହିବେ। ଏଠାରେ କେଉଁମାନେ ସ୍ବାସ୍ଥ୍ୟ ସେବା ପାଇବାକୁ ଯୋଗ୍ୟ ଏବଂ ସ୍ବାସ୍ଥ୍ୟ ସେବା କିପରି ଚାଲିଛି ତାହା ତଦାରଖ କରିବେ ଆଶା ଦିଦି ଓ ଏଏନଏମ୍। ସାମାନ୍ୟ ଜ୍ବର ହେଲେ ରୋଗୀ ସବସେଣ୍ଟରକୁ ଯାଉଛନ୍ତି । ସେହିପରି PHC, CHCକୁ ବି ଯାଉଛନ୍ତି। ସେଇ ଜ୍ବର ରୋଗୀ ପୁଣି କ୍ୟାପିଟାଲ ହସ୍ପିଟାଲକୁ ଯାଉଛନ୍ତି। ପରେ କଟକ ବଡ଼ ମେଡିକାଲକୁ ଯାଉଛନ୍ତି । ସେଥିପାଇଁ ବଡ଼ ଡାକ୍ତରଖାନା ଗୁଡ଼ିକରି ଚାପକିଭଳି କମିବ ସେନେଇ ସରକାର ଯୋଜନା କରୁଛନ୍ତି। କମ୍ୟୁନିଟି ହେଲଥ୍ ଅଫିସର ଯେଉଁମାନେ ଗ୍ରାମାଞ୍ଚଳରେ ଅଛନ୍ତି, ବିଶେଷ କରି ତାଙ୍କ ପୋଷ୍ଟିଂ ହେଉଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ। ବିଶେଷ କରି ତଳ ସ୍ତରର ଯେଉଁ ଅଫିସର ଅଛନ୍ତି କମ୍ୟୁନିଟି ହେଲଥ୍ ଅଫିସର ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିବ।

ଆୟୁଷମାନ ଆରୋଗ୍ୟ ମନ୍ଦିରରେ ୧୨୦ ପ୍ରକାର ମେଡିସିନ ମାଗଣାରେ ଦିଆଯାଉଛି। କମ୍ୟୁନିଟି ହେଲଥ୍ ଅଫିସରମାନଙ୍କୁ ସ୍ଵତନ୍ତ୍ର ଭାବେ ଦାୟିତ୍ଵ ଦିଆଯାଇଛି। ସେମାନେ ୧୨୦ ପ୍ରକାର ମେଡିସିନରୁ ହିଁ ଲେଖିବେ। ତା ବାହାରେ ଲେଖିବେ ନାହିଁ । ଗାଇଡଲାଇନ୍ ଅନୁସାରେ ୧୨୦ ପ୍ରକାର ମେଡିସିନ ଭିତରୁ ହିଁ ଲେଖିବେ। ସରକାରଙ୍କ ପକ୍ଷରୁ ଏହି ମେଡିସିନ ବ୍ୟବସ୍ଥା କରାଯାଇଛି। ବ୍ଲଡ ପ୍ରେସର, ଡାଇବେଟିସ ଏଇସବୁ ଯେଉଁ ମେଡିସିନ ଦିଆଯାଉଛି । ତାକୁ ନେଇ ଟ୍ରାକିଂ କରାଯାଉଛି। ଡାଟାବେସ୍ କରାଯାଉଛି। ୧୬ ପ୍ରକାର ଟେଷ୍ଟ କରାଯାଉଛି।

Leave A Reply

Your email address will not be published.