ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ଏଣିକି ଓଡ଼ିଆରେ ପାଠ ପଢ଼ିବେ ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀ

0

ଭୁବନେଶ୍ବର: ଓଡ଼ିଆ ଭାଷାରେ ପାଠ ପଢ଼ିବେ ଯୁକ୍ତ୨ ବିଜ୍ଞାନ ଛାତ୍ରୀଛାତ୍ର। ଏଥିପାଇଁ ସ୍ବତନ୍ତ୍ର ଭାବେ ବହି ପ୍ରସ୍ତୁତ କରାଯାଇଛି। ଗୁରୁବାର ରମାଦେବୀ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ଭାଷାରେ ଲିଖିତ ଯୁକ୍ତ୨ ବିଜ୍ଞାନ ପୁସ୍ତକ ଲୋକାର୍ପଣ ହୋଇଛି। ରମାଦେବୀ ମହିଳା ମହାବିଦ୍ୟାଳୟ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

ଜାତୀୟ ଶିକ୍ଷାନୀତି-୨୦୨୦ ଅନୁସାରେ ମାତୃଭାଷାରେ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରିବ। ମାତୃଭାଷାକୁ ପ୍ରାଥମିକତା ଦିଆଯିବ। ପୂର୍ବରୁ ଇଂରାଜୀ ଭାଷାରେ ଯୁକ୍ତ ୨ ବିଜ୍ଞାନ ପୁସ୍ତକରୁ ଛାତ୍ରଛାତ୍ରୀ ପାଠ ପଢୁଥିଲେ। ଏବେ ଓଡ଼ିଆ ଭାଷାରେ ବହି ପ୍ରକାଶନ ହୋଇଛି। ଯାହା ଗର୍ବର ବିଷୟ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ କିଛି ଛାତ୍ରୀଙ୍କୁ ନୂତନ ଓଡ଼ିଆ ଯୁକ୍ତ-୨ ବିଜ୍ଞାନ ପୁସ୍ତକ ପ୍ରଦାନ କରାଯାଇଥିଲା। ଏଥିସହ ନବାଗତ ବିଦ୍ୟାର୍ଥୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି, ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ନବାଗତ ବିଦ୍ୟାର୍ଥୀ ପ୍ରବେଶ ଓ ସ୍ୱାଗତ ସମାରୋହ ଏବଂ ଓଡ଼ିଆରେ ଯୁକ୍ତ ଦୁଇ ବିଜ୍ଞାନ ବହି ଲୋକାର୍ପଣ ଓ ବିତରଣ ଉତ୍ସବରେ ଯୋଗଦେଲି। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଦ୍ୱାରା ପ୍ରସ୍ତୁତି ହୋଇଥିବା ଏହି ପୁସ୍ତକ ବିଜ୍ଞାନ ଅଧ୍ୟୟନରେ ବିଦ୍ୟାର୍ଥୀମାନଙ୍କୁ ବେଶ ସହାୟକ ହେବ। ଭାଷା ପ୍ରତିବନ୍ଧକ ଠାରୁ ଦୂରରେ ରହି ପିଲାମାନେ ବିଜ୍ଞାନ ଅଧ୍ୟୟନ କରିବେ।

ଯେଉଁ ଦେଶର ଶିକ୍ଷା ଯେତେ ଉତ୍ତମ ସେହି ଦେଶ ସେତେ ପ୍ରଗତିଶୀଳ। ଏହି କଥାକୁ ଆମେ ନିଶ୍ଚୟ ହୃଦୟଙ୍ଗମ କରିଛୁ। ଆମ ଦେଶରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ ହୋଇସାରିଛି। ନିଜ ଭାଷାରେ ପଢ଼ିଲେ ଓ ଲେଖିଲେ ବିଦ୍ୟାର୍ଥୀ ସେମାନଙ୍କର ସୃଜନଶୀଳତାର ପରାକାଷ୍ଠା ଦେଖାଇପାରିବେ। ପାଶ୍ଚାତ୍ୟ ଶିକ୍ଷାଠାରୁ ଦୂରେଇ ଜାତୀୟ ଶିକ୍ଷାରେ ନିଜକୁ ଗଢିବେ।

Leave A Reply

Your email address will not be published.