ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ ବଦଳି ହେଲେ ୬ ଅଧିକାରୀ

0

ନ୍ୟୁଜବ୍ୟୁରୋ: ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବୋର୍ଡ କାର୍ଯ୍ୟାଳୟର ଅତିରିକ୍ତ ସମ୍ପାଦକଙ୍କ ସମେତ ୬ ଅଧିକାରୀଙ୍କ ବଦଳି ହୋଇଥିବା ସୂଚନା ମିଳିଛି । ବୋର୍ଡ କାର୍ଯ୍ୟାଳୟର ଅନ୍ୟ ବିଭାଗକୁ ବଦଳି ହୋଇଛନ୍ତି ୬ ଅଧିକାରୀ।

ଜୁଲାଇ ୨୦ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ହୋଇଥିଲା। ତେବେ ପ୍ରଶ୍ନପତ୍ର ଲିକ୍ କାରଣରୁ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ ହୋଇଥିଲା। ପରୀକ୍ଷା ଆଗରୁ ବିଭିନ୍ନ ସୋସିଆଲ୍ ମିଡିଆରେ ହାତ ଲେଖା ପ୍ରଶ୍ନ ବୁଲିଥିଲା। ତେବେ, ଏଥିରେ କେମିତି ପ୍ରଶ୍ନପତ୍ର ବାହାରକୁ ଗଲା, ତା ଉପରେ ବୋର୍ଡ କର୍ତ୍ତୃପକ୍ଷ ଏଯାଏଁ କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି। ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହୋଇଥାନ୍ତା। ୭୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଦେଇଥାନ୍ତେ ଏହି ପରୀକ୍ଷା। ପେପର୍‌-୧ ଓ ପେପର୍‌-୨ ଦୁଇଟି ପେପରରେ ପରୀକ୍ଷା ହୋଇଥାନ୍ତା।

Leave A Reply

Your email address will not be published.