ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଦୁଷ୍କର୍ମ ମାମଲାରେ ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭାନ୍ନାଦୋଷୀ ସାବ୍ୟସ୍ତ

0

କର୍ଣ୍ଣାଟକ: କର୍ଣ୍ଣାଟକ ହାସନର ପୂର୍ବତନ ସାଂସଦ ତଥା ଜେଡି(ଏସ) ନେତା ପ୍ରଜ୍ବଳ ରେଭାନ୍ନାଙ୍କୁ ଏକ ଦୁଷ୍କର୍ମ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୨ ତାରିଖରେ ତାଙ୍କ ବିରୋଧରେ ଦଣ୍ଡ ଘୋଷଣା କରାଯିବ। କୋର୍ଟଙ୍କ ରାୟ ଆସିବା ପରେ ପ୍ରଜ୍ବଳ କୋର୍ଟ ଭିତରେ କାନ୍ଦି ପାକାଇଥିଲେ। ବେଙ୍ଗାଲୁରୁ ସ୍ଥିତି ଜନପ୍ରତିନିଧିଙ୍କ ସହ ଜଡିତ ମାମଲାର ଶୁଣାଣି ପାଇଁ ଗଠିତ ସ୍ୱତନ୍ତ୍ର ଅଦାଲତ ଏହି ରାୟ ଦେଇଛନ୍ତି। ଏତଲା ଦିଆଯିବାର ମାତ୍ର ୧୪ ମାସ ମଧ୍ୟରେ ଏହି ରାୟ ପ୍ରକାଶ ପାଇଛି।

ରେବନ୍ନାଙ୍କ ନାଁରେ ଅଭିଯୋଗ ଥିଲା ଯେ, ସେ ପ୍ରଥମେ ମହିଳାମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଏବଂ ପରେ ଭିଡିଓ ତିଆରି କରି ସେମାନଙ୍କୁ ବ୍ଲାକମେଲ କରୁଥିଲେ। ଜନତା ଦଳ ସେକୁଲାର (ଜେଡିଏସ)ର ପୂର୍ବତନ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କୁ ଅଦାଲତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ରେଭାନାଙ୍କ ବିରୋଧରେ ଯୌନ ନିର୍ଯାତନାର ଅନେକ ମାମଲା ରୁଜୁ ହୋଇଛି। ଏହା ସହିତ, ସେ ଅନେକ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଅଭିଯୋଗ ଯୋଗୁ, ଜେଡିଏସ ତାଙ୍କୁ ଦଳରୁ ନିଲମ୍ବିତ ମଧ୍ୟ କରିଛି। ରେଭାନ୍ନାଙ୍କ ବିରୋଧରେ ମୋଟ ୪ଟି ମାମଲା ରୁଜୁ ହୋଇଛି, ଯେଉଁଥିରୁ ତାଙ୍କୁ କେବଳ ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଆଗାମୀ ଦିନରେ ସେହି ମାମଲାରେ କୋର୍ଟ ତାଙ୍କ ରାୟ ଦେଇପାରିବେ।

ରେଭାନ୍ନାଙ୍କ ଘରେ କାମ କରୁଥିବା ଜଣେ ମହିଳା ତାଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏହା ବ୍ୟତୀତ ବେଙ୍ଗାଲୁରୁର ସାର୍ବଜନୀନ ସ୍ଥାନରେ ଅନେକ ପେନ ଡ୍ରାଇଭ ମିଳିଥିଲା। ଦାବି କରାଯାଇଥିଲା ଯେ, ପେନ ଡ୍ରାଇଭରେ ୩ ହଜାରରୁ ୫ ହଜାର ଭିଡିଓ ଅଛି, ଯେଉଁଥିରେ ରେଭାନ୍ନା ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବାର ଦେଖାଯାଇଛି।

ପ୍ରଜ୍ୱଳ ରେବନ୍ନା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡ଼ାଙ୍କ ନାତି। ପ୍ରଜ୍ୱଳଙ୍କ ଜେଜେବାପା ପ୍ରଧାନମନ୍ତ୍ରୀ, କାକା ମୁଖ୍ୟମନ୍ତ୍ରୀ ଏବଂ ପିତା ମନ୍ତ୍ରୀ ରହିସାରିଛନ୍ତି। ସେ ପ୍ରାୟ ୧୦ ବର୍ଷ ଧରି ଜେଡିଏସ ରାଜନୀତି କରୁଥିଲେ। ରେବନ୍ନା ୨୦୧୯ରେ ହାସନରୁ ଲୋକସଭା ନିର୍ବାଚନ ମଧ୍ୟ ଜିତିଥିଲେ। କିନ୍ତୁ ୨୦୨୪ ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

Leave A Reply

Your email address will not be published.