ପ୍ରମୁଖ ଖବର

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ବସ୍‌ରେ ମାଗଣା ଯିବେ ଛାତ୍ରୀଛାତ୍ର
ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ: ଆଇନ ମନ୍ତ୍ରୀ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦେବା ନିଷେଧ
ପିଏମଜିଏସ୍‌ୱାଇ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ
ଅନଲାଇନ୍ ଗେମିଂ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ଗଛରେ ଚଢ଼ି କାନ୍ଥ ଡେଇଁ ସଂସଦ ଭିତରକୁ ପ୍ରବେଶ କଲେ ଦୃର୍ବୁତ୍ତ

ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩: ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ

0

ଭୁବନେଶ୍ବର: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା ହୋଇଛି। ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କର’ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ମାନ୍ୟତା ପାଇଛି। ଏହା ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ। ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶନାରେ ତିଆରି ‘ପୁଷ୍କର’ ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନଦବିନ୍ଦୁ’ ଅବଲମ୍ବନରେ ନିର୍ମିତ। ତରଙ୍ଗ ସିନେ ପ୍ରୋଡ଼କସନସ୍ ପ୍ରଯୋଜିତ ଏହି ଚଳଚ୍ଚିତ୍ର ଓଡ଼ିଶାର ଗ୍ରାମୀଣ ପରମ୍ପରା, ପରିଚୟ ଓ ସାମାଜିକ ଚଳଣିକୁ ତିଆରି ହୋଇଥିଲା। ବିଭିନ୍ନ ଚଳଚ୍ଚିତ୍ର ଉତ୍ସବରେ ପ୍ରଶଂସା ପାଇଥିବା ଏହି ସିନେମା ଏବେ ଜାତୀୟ ସ୍ତରରେ ସର୍ବୋଚ୍ଚ ସମ୍ମାନ ପାଇଛି।

‘ପୁଷ୍କର’ର ଏହି ସଫଳତା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂଆ ଉତ୍ସାହ ଆଣିବ। ଏହା ଓଡ଼ିଶାର କାହାଣୀକୁ ଜାତୀୟ ସ୍ତରରେ ଚର୍ଚ୍ଚା ଯୋଗାଇଛି। ଏହି ସିନେମାର ମୁଖ୍ୟ ନାୟକ ସବ୍ୟସାଚୀ ମିଶ୍ର କହିଛନ୍ତି, “ଜାତୀୟ ପୁରସ୍କାର ପାଇଥିବା ଏକ ଓଡ଼ିଆ ଚଳଚ୍ଚିତ୍ର ସହ ଜଡ଼ିତ ହେବା ମୋ ପାଇଁ ଗର୍ବର ବିଷୟ। ଏହା ମୋ ଜୀବନର ଅବିସ୍ମରଣୀୟ ମୁହୂର୍ତ୍ତ। ଖବର ଶୁଣି ମୋ ଆଖିରେ ଲୁହ ଆସିଗଲା।”

ଶଙ୍କର ତ୍ରିପାଠୀଙ୍କ ମୂଳ ଉପନ୍ୟାସ ନାଦବିନ୍ଦୁ ଉପରେ ଆଧାରିତ ଫିଲ୍ମ ‘ପୁଷ୍କରା’ ୨୦୨୩ ସେପ୍ଟେମ୍ବର ୧୯ରେ ମୁକ୍ତିଲାଭ କରିଥିଲା। ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସବ୍ୟସାଚୀଙ୍କ ନିଖୁଣ ଅଭିନୟକୁ ବିପୁଳ ଦର୍ଶକୀୟ ଆଦୃତି ମିଳିଥିଲା। ଏଥିରେ ନଜର ଆସିଥିଲେ ସୁପ୍ରିୟା, ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ, ପିଣ୍ଟୁ ନନ୍ଦ ପ୍ରମୁଖ ବହୁ ବିଶିଷ୍ଟ କଳାକାର। ପୁଷ୍କରା ଚଳଚ୍ଚିତ୍ରର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେସିତ। ‘ପୁଷ୍କରା’ ରିଲିଜ୍ ହେବାପରେ ଏହା ତାଙ୍କ କ୍ୟାରିଅରକୁ ଏକ ନୂଆ ମୋଡ଼ ଦେବ ବୋଲି ସବ୍ୟସାଚୀ ଆଶା ପ୍ରକାଶ କରିଥିଲେ। ଏବେ ଏହା ସତ୍ୟରେ ପରିଣତ ହୋଇଛି।

ସେହିଭଳି ଶାହରୁଖ ଖାନ୍ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଛନ୍ତି। ଚଳଚ୍ଚିତ୍ର ‘ଯବାନ’ ପାଇଁ ଶାହରୁଖ ଖାନ୍‌ ଶ୍ରେଷ୍ଠ ଅଭିନେତା ଏବଂ ବିଧୁ ବିନୋଦ ଚୋପ୍ରାଙ୍କ ପ୍ରଯୋଜିତ ୧୨th ଫେଲ୍ ପାଇଁ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା ମନୋନୀତ ହୋଇଛନ୍ତି। ‘ମିସେସ୍‌ ଚାଟାର୍ଜୀ VS ନରୱେ’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି ରାଣୀ ମୁଖାର୍ଜୀ। ‘ରକି ଔର ରାନୀ କି ପ୍ରେମ୍‌ କାହାନୀ’ ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ବୋଲି ଘୋଷଣା ହୋଇଛି।

Leave A Reply

Your email address will not be published.