ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍‌ ଓଟିଇଟି ପରୀକ୍ଷା

0

ଭୁବନେଶ୍ବର: ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍‌ ଓଟିଇଟି ପରୀକ୍ଷା। ଏନେଇ ଶୁକ୍ରବାର ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଦୁଇଟି ସିଟିଙ୍ଗ୍‌ରେ ହେବ ସ୍ପେଶାଲ୍‌ ଓଟିଇଟି ପରୀକ୍ଷା। ସକାଳ ୯ଟାରୁ ୧୧ଟା ୩୦ ଯାଏଁ ପେପର୍‌ -୧ ପରୀକ୍ଷା ଓ ଦିନ ୨ଟାରୁ ସାଢେ ୪ଟା ଯାଏଁ ପେପର୍‌ -୨ ପରୀକ୍ଷା ହେବ।
ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା। ତେବେ ସ୍ପେଶାଲ୍ ଓଟିଇଟି ନେଇ ଆସିଗଲା ନୂଆ ତାରିଖ। ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ ଓଟିଇଟି ପରୀକ୍ଷା। ଅଗଷ୍ଟ ୨୨ରୁ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ଆଡ୍‌ମିଟ୍ କାର୍ଡ। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ସୂଚନାଥାଉକି, ଜୁଲାଇ ୨୦ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ହୋଇଥିଲା। ତେବେ ପ୍ରଶ୍ନପତ୍ର ଲିକ୍ କାରଣରୁ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ ହୋଇଥିଲା। ପରୀକ୍ଷା ଆଗରୁ ବିଭିନ୍ନ ସୋସିଆଲ୍ ମିଡିଆରେ ହାତ ଲେଖା ପ୍ରଶ୍ନ ବୁଲିଥିଲା।

Leave A Reply

Your email address will not be published.